Football

ଓମାନଠାରୁ ପରାସ୍ତ ପରେ ଭାରତ ଫିଫା ବିଶ୍ୱକପର ଦୌଡରୁ ବାହାର ହୋଇଛି

(ଓଡିଶା ସ୍ପୋର୍ଟସ): ଭାରତୀୟ ଫୁଟବଲ୍ ଟିମର ଆଶା ମଙ୍ଗଳବାରଦିନ ୨୦୨୦ ବିଶ୍ୱ କପ୍ କ୍ୱାଲିଫାୟାରରେ ପ୍ରାୟ ଶେଷ ହୋଇଯାଇଛି । ଗ୍ରୁପ୍ ଇ ରେ ଓମାନ ବିପକ୍ଷରେ ତାଙ୍କୁ ୦-୧ରେ ପରାଜୟର ସାମ୍ନା କରିବାକୁ ପଡିଛି । ମୁକାବିଲାରେ ଏକମାତ୍ର ଗୋଲ୍ ମୋହସିନ ଅଲ ଘାସାନୀ ୩୩ତମ ମିନିଟରେ କରିଥିଲେ । ଅବଶ୍ୟ ୭ମ ମିନିଟ୍ ସମୟରେ ମୋହସିନ ଏକ ପେନାଲ୍ଟି ହରାଇଥିଲେ । ଭାରତୀୟ ଗୋଲକିପର ଗୁରୁପ୍ରିତ ୬୪ତମ ମିନିଟରେ ଅଲ ଖଲିଦିଙ୍କ ଫ୍ରିକିକ ଉପରେ ଭଲ ଚେଷ୍ଟା କରିଥିଲେ । ଏହା ଓମାନର ଭାରତ ଉପରେ ଦ୍ୱିତୀୟ ବିଜୟ ଥିଲା । ସେପ୍ଟେମ୍ବରରେ ଗୁଆହାଟିରେ ହୋଇଥିବା ପ୍ରଥମ ମୁକାବିଲାରେ ଓମାନ ଭାରତୀୟ ଟିମକୁ ୨-୧ରେ ପରାସ୍ତ କରିଥିଲା ।

ଗ୍ରୁପ୍ ଇ ରେ ଭାରତ ୫ଟି ମ୍ୟାଚରୁ ୩ ଅଙ୍କ ସହିତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ଏସିଆ ଚମ୍ପିଆନ କତର ୧୩ ଅଙ୍କ ନେଇ ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ଓମାନର ୧୨ ଅଙ୍କ ଅଟେ । ଅଙ୍କ ତାଲିକାରେ ଭାରତ ଏବଂ ଓମାନ ମଧ୍ୟରେ ୯ଅଙ୍କର ଅନ୍ତର ରହିଛି । ଏପରିସ୍ଥଳରେ ତୃତୀୟ ଚରଣ ପାଇଁ ତାଙ୍କ ପ୍ରବେଶ ପ୍ରାୟତଃ ଶେଷ ହୋଇଯାଇଛି । ତାର ତିନୋଟି ମ୍ୟାଚ ଶେଷ ହୋଇଯାଇଛି ଏବଂ ଅଧିକରୁ ଅଧିକ ୯ ଅଙ୍କ ହିଁ ହାସଲ କରିପାରିବ । ଯେତେବେଳେ କି ଉପବିଜେତା ଟିମର ମଧ୍ୟ ତୃତୀୟ ଚରଣରେ ପହଞ୍ଚିବା କୌଣସି ଗ୍ୟାରେଣ୍ଟି ନାହିଁ ।

Related posts

ଫିଫା ର୍ୟାଙ୍କିଂରେ ୫୭ତମ ସ୍ଥାନରେ ଭାରତୀୟ ମହିଳା ଫୁଟବଲ ଦଳ

odishasports

ମେସିଏବଂସୁଆରେଜ୍ଙ୍କଗୋଲ୍ପାଇଁଟଳିଲା ପରାଜୟ

odishasports

ଚେନ୍ନାଇନକୁ ହରାଇ ଗୋଆ ଜିତିଲା ସୁପରକପ

odishasports

Leave a Comment