Badminton

ଫାଇନାଲରେ ପ୍ରବେଶ କଲେ ସୌରଭ, ଋତୁପର୍ଣ୍ଣଙ୍କୁ ମିଳିଲା ପରାଜୟ

(ଓଡିଶା ସ୍ପୋର୍ଟସ): ଭାରତର ବ୍ୟାଡମିଣ୍ଟନ ଷ୍ଟାର ସୌରଭ ବର୍ମା କୋରିଆ ଖେଳାଳୀଙ୍କୁ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରି ସୟଦ ମୋଦୀ ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ଶନିବାରଦିନ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୨୬ ବର୍ଷିୟ ସୌରଭ କ୍ୱାଙ୍ଗ ହୀ ଙ୍କୁ ୨୧-୧୭,୧୬-୨୧,୨୧-୧୮ରେ ପରାସ୍ତ କରିଛନ୍ତି । ଏବେ ଫାଇନାଲରେ ସୌରଭଙ୍କ ମୁକାବିଲା ତାଇବାନର ୮ମ ସ୍ଥାନରେ ଥିବା ଖେଳାଳୀ ୱାଙ୍ଗ ଜୁ ୟୀଙ୍କ ସହିତ ହେବ ।
ସେହପରି, ଅନ୍ୟ ଏକ ମୁକାବିଲାରେ ମହିଳାଙ୍କ ଏକକ ବିଭାଗରେ ଋତୁପର୍ଣ୍ଣା ଦାସଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡିଛି । ୩୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମୁକାବିଲାରେ ଥାଇଲାଣ୍ଡର ଫିଟାୟାପୋର୍ଣ୍ଣ ଚାଇବାନ ଋତୁପର୍ଣ୍ଣା ଦାସଙ୍କୁ ୨୪-୨୨, ୨୧-୧୫ରେ ପରାସ୍ତ କରିଛନ୍ତି । ଏହା ପୁର୍ବରୁ ପୂର୍ବ ରାଷ୍ଟ୍ରୀୟ ଚମ୍ପିଆନ ଋତୁପର୍ଣ୍ଣା କ୍ୱାଟର ଫାଇନାଲରେ ଶ୍ରୁତି ମୁଣ୍ଡାଡାଙ୍କୁ ୨୪-୨୬, ୨୧-୧୦, ୨୧-୧୯ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ ।

Related posts

ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ

odishasports

ଫାଇନାଲରେ ସିନ୍ଧୁ

odishasports

ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ,ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ-ଶ୍ରୀକାନ୍ତ

odishasports

Leave a Comment