Football

ଭାରତୀୟ ମହିଳା ଫୁଟବଲ୍ ଟିମର ଗୋଲ୍ଡେନ୍ ହାଟ୍ରିକ୍

(ଓଡିଶା ସ୍ପୋର୍ଟସ ): ଭାରତୀୟ ମହିଳା ଫୁଟବଲରେ ଟିମ୍ ଚଳୀତ ୧୩ତମ ଦକ୍ଷିଣ ଏସିଆ ଖେଳ(ଏସ୍ଏଜି)ରେ କ୍ରମାଗତ ତୃତୀୟଥର ଲାଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୋମବାର ଦିନ ଏଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ନେପାଳକୁ ୨-୦ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଭାରତୀୟ ବିଜୟର ନାୟିକା ବା ମୁଖ୍ୟ ଭୂମିକା ନିଭାଇଥିଲେ ଷ୍ଟାଇକର ବାଲା ଦେବୀ, ଯିଏ ଦୁଇଟିଯାକ ହାଫରେ ଗୋଟିଏ-ଗୋଟିଏ ଗୋଲ କରିଥିଲେ ।
ମଣିପୁରର ୨୯ ବର୍ଷିୟ ଏହି ଖେଳାଳୀ ଟୁର୍ଣ୍ଣାମେଣ୍ଟର ଶୀର୍ଷ ସ୍କୋରର ରହିଛନ୍ତି । ସେ ୪ଟି ମ୍ୟାଚରେ ୫ଟି ଗୋଲ କରିଛନ୍ତି । ଅଷ୍ଟମ ମିନିଟରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ବାଲା ଦେବୀ । ଏହା ପରେ ରଞ୍ଜନା ଭାରତ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିଥିଲେ । ସେ ମାରିଥିବା ଏକ କର୍ଣ୍ଣର ଶଟକୁ କ୍ୟାପଟେନ୍ ଆଶାଲତା ଦେବୀ ହେଡର ଜରିଆରେ ସାନିଦ୍ଧ୍ୟକୁ ପାସ୍ କରିଥିଲେ । କିନ୍ତୁ ସାନିଦ୍ଧ୍ୟ ଏହାକୁ ଗୋଲରେ ପରିଣତ କରିପାରି ନଥିଲେ । ଫାଇନାଲରେ ଭାରତୀୟ ଗୋଲକିପର ଆଦିତି ଚୌହାନ ଭଲ ପ୍ରଦର୍ଶନ କରିଥିଲେ ଏବଂ ନେପାଳର ଅକ୍ରମଣକୁ ସଫଳ କରିବାକୁ ଦେଇନଥିଲେ । ଆଦିତୀଙ୍କ ଦମଦାର ଖେଳ ପ୍ରଦର୍ଶନ ଯୋଗୁଁ ସମ୍ପୁର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ କୌଣସି ଗୋଲ କରିବାରେ ସଫଳ ହୋଇନଥିଲା ।

Related posts

ହାଇଦ୍ରାବାଦକୁ ୩-୧ ଗୋଲରେ ପରାସ୍ତ କଲା ଜାମଶେଦପୁର

odishasports

ଇଣ୍ଡିଆନ ସୁପର ଲିଗ: ଚେନ୍ନାଇୟିନ ଏଫସିକୁ ପରାସ୍ତ କଲା ଗୋଆ

odishasports

ଇଣ୍ଡିଆନ ସୁପର ଲିଗ୍: ହାଇଦରାବାଦ-ମୁମ୍ବାଇ ମ୍ୟାଚ୍ ଡ୍ର

odishasports

Leave a Comment