Cricket

ଏପ୍ରିଲ ୧ରୁ ଆଇପିଏଲ

(ଓଡ଼ିଶା ସ୍ପୋର୍ଟ): ଏପ୍ରିଲ ୧ତାରିଖରୁ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ ସଂସ୍କରଣ ଆରମ୍ଭ ହେବ। ୨୦୨୦ ସଂସ୍କରଣ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରୁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସିଜନର ଉଦ୍ଘାଟନୀ ମ୍ୟାଚ୍ରେ ଖେଳିବ। ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ଜଣେ ଅଫିସିଆଲ ଏକ ସାକ୍ଷାତ୍କାରରେ କହିଛନ୍ତି। ଯଦି ତାଙ୍କ ମତାମତକୁ ସତ ବୋଲି ଗ୍ରହଣ କରାଯାଏ, ତେବେ କିଛି ଫ୍ରାଞ୍ଚାଇଜଙ୍କୁ ପ୍ରାରମ୍ଭିକ ମ୍ୟାଚ୍ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳର ଖେଳାଳିଙ୍କ ବିନା ଖେଳିବାକୁ ପଡ଼ିପାରେ। ଏହାର କାରଣ ହେଉଛି ସେତେବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜ୍ ଖେଳିବାର ଅଛି। ସେହିଭଳି ଶ୍ରୀଲଙ୍କା ଓ ଇଂଲଣ୍ଡ ସିରିଜ୍ ହେବାର ମଧ୍ୟ କାର୍ୟ୍ୟକ୍ରମ ରହିଛି। ଦୁଇ ସିରିଜ୍ ୩୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଏଥିପୂର୍ବରୁ ଅନ୍ୟ ଏକ ଫ୍ରାଞ୍ଚାଇଜର ଜଣେ ସିନିୟର ଅଫିସିଆଲ କହିଥିଲେ ଆଇପିଏଲ ଗଭର୍ନିଂ କାଉନ୍ସିଲ ପୁରୁଣା ଡବଲ ହେଡର(ଗୋଟିଏ ଦିନରେ ଦୁଇ ମ୍ୟାଚ୍) ଭିତ୍ତିରେ ଖେଳିବାକୁ ଯୋଜନା କରୁଛି। ଏହା ଦ୍ୱାରା ଭ୍ୟୁୟର୍ସ ସଂଖ୍ୟା ଅଧିକ ଆସିବ। କିଛି ଅନ୍ତର୍ଜାତୀୟ ସିରିଜ୍ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବା ପରେ ଆଇପିଏଲ ଆରମ୍ଭ ହେବ।

Related posts

ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଆଇପିଏଲର ୩୦ ତମ ମ୍ୟାଚ

Odisha Sports Bureau

ଏହି କ୍ରିକେଟର କରିବେ ଦ୍ୱିତୀୟ ବିବାହ

Odisha Sports Bureau

ଇଣ୍ଡିଆ ହାତରେ ଏସିଆ କପ

Odisha Sports Bureau