Cricket

କ୍ରିକେଟ ବୋର୍ଡ଼ ଏନଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦ

(ଓଡିଶା ସ୍ପୋର୍ଟ): ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍ ଲୁଙ୍ଗି ଏନଗିଡ଼ି ଆସନ୍ତା ଫେବୃଆରୀ ମାସ ଯାଏ କୌଣସି ପ୍ରକାରର କ୍ରିକେଟ ଖେଳିପାରିବେ ନାହିଁ । କିନ୍ତୁ ସେ ବିଶ୍ୱକପକୁ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବେ ।

ସେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍ ବେଳେ ଆହତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଏନ୍ଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛି।

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ବେଳେ ଏନ୍ଗିଡ଼ିଙ୍କ ଡାହଣ ଗୋଡ଼ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ୩ ମାସ ଯାଏ ଠିକ୍ ଭାବେ ବୋଲିଂ କରିପାରିବେ ନାହିଁ।

ଆଗକୁ ବିଶ୍ୱକପ୍ ଥିବାରୁ ଏନ୍ଗିଡ଼ିଙ୍କ ଉପରେ ଅଧିକ ଚାପ ପକାଇବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଚାହିଁ ନଥିଲା। ଫଳରେ ତାଙ୍କୁ ୩ ମାସ ଯାଏ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।

ଏନଗିଡ଼ିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ସେ ପାକିସ୍ତାନ ବିପକ୍ଷ ସିରିଜ ଖେଳିପାରିବେନି । ଡିସେମ୍ବର ୨୪ରୁ ଫେବୃଆରୀ ୬ ମଧ୍ୟରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ ଟିକିଆ ଟି-୨୦ ସିରିଜ୍ ଅନୁଷ୍ଠିତ ହେବ। ଏପରି ସ୍ଥିତିରେ ଏନ୍ଗିଡ଼ି ଆହତ ହେବା ଦକ୍ଷିଣ ଆଫ୍ରିକାକୁ ଶକ୍ତ ଝଟ୍କା ସଦୃଶ ହୋଇଛି।

Related posts

ବୈରାଟପୁର ପ୍ରିମିୟର ଲିଗ କ୍ରିକେଟ ୨୦୨୫, ଚି଼ଲ୍ ବ୍ରୋ କୁ ହରାଇ ଏସଏସ ଫାଇଟର ଚାମ୍ପିଅନ

Odisha Sports Bureau

ରବିନ୍‌ ଉଥପ୍ପାଙ୍କ ଅବସର ଘୋଷଣା

Odisha Sports Bureau

ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ, କଟକ ଯାଇ ସମୀକ୍ଷା କଲେ 5T ଅଧ୍ୟକ୍ଷ

Odisha Sports Bureau