(ଓଡ଼ିଶା ସ୍ପୋର୍ଟ): ଆଗୁଆ ସିରିଜ କବଜା କଲା କ୍ୱିଓ୍ଵି ଟିମ । ଘରୋଇ ନ୍ୟୁଜିଲାଣ୍ଡ ଅକଲାଣ୍ଡରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତକୁ ୨୨ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟେଲରଙ୍କ ଅପରାଜିତ(୭୩) ଓ ମାର୍ଟିନ ଗୁପଟିଲ(୭୯)ଙ୍କ ସହାୟତାରେ ୮ ଓ୍ଵିକେଟ୍ ବିନିମୟରେ ୨୭୩ ରନ କରିଥିଲା। ବିରାଟ ବାହିନୀ ୨୭୪ ରନ ଟାର୍ଗେଟକୁ ପିଛା କରି ୨୫୧ ରନ କରି ଅଲଆଉଟ ହୋଇଛି । ୯୬ ରନରେ ୫ଟି ଓ୍ଵିକେଟ ହରାଇ ବ୍ୟାଟିଂ ବିପଯ୍ୟୟର ଶୀକାର ହୋଇଥିବା ଭାରତ ୪୮ ଦଶମିକ ୩ ଓଭରରେ ସମସ୍ତ ଓ୍ଵିକେଟ ହରାଇଥିଲା । ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫୫ ରନ କରିଥିବା ବେଳେ ଶ୍ରେୟଶ ଆୟର ୫୨, ସାଇନୀ ୪୫ ଓ ଅଧିନାୟକ କୋହଲି ୧୫ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟନ ମାନେ ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ତିଷ୍ଠିପାରିନଥିଲେ । ଟସ ହାରି ବ୍ୟାଟିଂ କରିଥିବା କ୍ୱିଓ୍ଵି ଟିମ ୮ ଓ୍ଵିକେଟ ହରାଇ ୨୭୩ ରନ କରିଥିଲା । ଗୁପଟିଲ ୭୯ ଓ ଟେଲର ୭୨ ରନ କରି ଦଳୀୟ ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଚହଲ ୩ଟି ଓ ଠାକୁର ୨ଟି ଓ୍ଵିକେଟ ନେଇଥିଲେ । ଶୃଙ୍ଖଳାର ତୃତୀୟ ମୁକାବିଲା ଫେବୃଆରୀ ୧୧ରେ ମାଉଣ୍ଟ ମାଙ୍ଗାନୁଇରେ ଖେଳାଯିବ।
previous post
next post