More Sports

ରାଷ୍ଟ୍ରିୟ ରେକର୍ଡ ଭାଙ୍ଗି ଅଲମ୍ପିକ୍ ପାଇଁ କ୍ୱାଲିଫାଇ କଲେ ଅବିନାଶ

(ଓଡିଶା ସ୍ପୋର୍ଟସ): ଅବିନାଶ ସାବଲେ ବିଶ୍ୱ ଆଥଲେଟିକ୍ ଚମ୍ପିଆନସିପ୍ ର ପୁରୁୁଷ ୩୦୦ ମିଟର ସ୍ଟିପଲଜେର ବିଭାଗରେ ତିନି ଦିନରେ ନିଜର ରାଷ୍ଟ୍ରିୟ ରେକର୍ଡ ଭାଙ୍ଗିଛନ୍ତି । ଫାଇନାଲରେ କରିଥିବା ଏହି ରେକର୍ଡ ତୋଡ ପ୍ରଦର୍ଶନର ଦ୍ୱାରା ସେ ଟୋକ୍ୱ ଅଲମ୍ପିକ୍ ପାଇଁ କ୍ୱାଲିଫାଇ ମଧ୍ୟ କରିଛନ୍ତି । ମହ।।ରାଷ୍ଟ୍ର ମାଣ୍ଡୱାର ୨୫ ବର୍ଷିୟ ସାବଲେ ୧୬ ଜଣିଆ ପ୍ରତିଯୋଗିଙ୍କ ମଧ୍ୟରେ ଫାଇନାଲରେ ୮:୨୧:୩୭ ସେକେଣ୍ଡ ସମୟ ସହିତ ୧୩ତମ ସ୍ଥାନରେ ରହିଛନ୍ତି । ସେ ମଙ୍ଗଳବାର ଦିନ କରିଥିବା ନିଜର ୮:୨୫:୨୩ ମିନିଟର ରେକର୍ଡକୁ ଭାଙ୍ଗିଛନ୍ତି । ଅଲମ୍ପିକ୍ ପାଇଁ ଥିବା କ୍ୱାଲିଫାଇ ମାର୍କ ୮:୨୨:୫୧ ସେକେଣ୍ଡ ଥିଲା । ୨୦୨୦ ଅଲମ୍ପିକ୍ ର ବ୍ୟକ୍ତିଗତ ବିଭାଗରେ କ୍ୱାଲିଫାଇ କରିଥିବା ପ୍ରଥମ ଭାରତୀୟ ଅଟନ୍ତି ।
ଏହି ବିଭାଗରେ ସ୍ୱର୍ଣ୍ଣ ପଦକ କେନିଆର କଂସେସଲସ୍ କିପୋରୁତୋ(୮:୦୧.୩୫ ସେକେଣ୍ଡ), ଇଥୋପିଆର ଲମେଚା ଗିରମା(୮:୦୧.୩୬ ସେକେଣ୍ଡ)ରେ ଦ୍ୱିତୀୟ ଏବଂ ମୋରକ୍କୋର ସୋଫିନେ(୮.୦୩.୭୬ ସେକେଣ୍ଡ)ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ସାବଲେ ନାଟକିୟ ରୂପରେ ଫାଇନାଲରେ ପ୍ରବେଶ କରିଥିଲେ । ଭାରତୀୟ ଆଥଲେଟିକ୍ ମହାସଙ୍ଘ ଏଏଫ୍ଏଫ୍ଆଇ ବିରେଧ ଜଣାଇଥିଲେ କି ଦୌଡ ସମୟରେ ଅନ୍ୟ ଧାବକମାନେ ତାଙ୍କ ର।।ସ୍ତା ଅଟକାଇଥିଲେ ଏହା ପରେ ତାଙ୍କୁୁ ଫାଇନାଲରେ ସ୍ଥତ।।ନ ମିଳିଥିଲା ।

Related posts

ଖେଲୋ ଇଣ୍ଡିଆ ଉଦ୍ୟାପନୀ ଉତ୍ସବରେ ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମ

Odisha Sports Bureau

ହରିକାଙ୍କୁ ମିଳିଳା ପ୍ରଥମ ପରାଜୟ

ଭାରତର ୬୫ତମ ଗ୍ରାଣ୍ଡମାଷ୍ଟର ହେଲେ ରୌନକ ସାଧୱାନୀ

Odisha Sports Bureau