Cricket

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆଇସିସି’ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିତିବା ପରେ ଶ୍ରୀଲଙ୍କା ଟିମ୍ର ଅଧିନାୟକ କୁଶଳ ମେଣ୍ଡିସ୍ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ଟି ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇକାନା ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଛି । ଚାଲି ଥିବା ଏହି ମ୍ୟାଚରେ ୧ ଓଭର ଖେଳି କୌଣସି ୱିକେଟ୍ ନ ହରାଇ ଶ୍ରୀଲଙ୍କା ୯ ରନ୍ ସଂଗ୍ରହ କରିଛି। ଶ୍ରୀଲଙ୍କା ତରଫରୁ ଓପେନିଙ୍ଗ୍ ଯୋଡ଼ି ଭାବେ ଖେଳୁଛନ୍ତି ପଥୁମ୍ ନିଶଙ୍କ ଓ କୁଶଳ ପେରେରା। ଅଷ୍ଟ୍ରେଲିଆ ତରଫରୁ ପ୍ରଥମ ଓଭର୍ ବୋଲିଙ୍ଗ୍ ଆରମ୍ଭ କରିଛନ୍ତି ମିସେଲ୍ ଷ୍ଟାର୍କ। ‘ଟସ୍’ ଜିଣିବା ପରେ ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ଡିସ୍ କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍ କରିବୁ। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କୁମିନ୍ସ୍ କହିଛନ୍ତି, ଆମେ ବି ପ୍ରଥମେ ଭଲ ବ୍ୟାଟିଙ୍ଗ୍ କରିଥାଆନ୍ତୁ। ଗତ ଦୁଇ ଦିନ ହେବ ଆମର ‘ଟ୍ରେନିଙ୍ଗ୍ ସେସନ୍’ ଚାଲିଥିଲା।

Related posts

ବାବର ଆଜାମଙ୍କ ସହ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଶାହିନ୍ ଶାହା ଆଫ୍ରିଦି ;କହିଲେ ବିଶ୍ୱକପ ଆମର

Odisha Sports Bureau

ଦକ୍ଷିଣ ଆଫ୍ରିକା ୨୪୩ ରନ୍‌‌ରେ ପରାସ୍ତ କଲା ଭାରତ

Odisha Sports Bureau

RCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …