Cricket

ପୁଣି ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଜାତୀୟ ପତାକାକୁ ଅପମାନ ! ଭାରତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ । ଆଉ ଏହି ମାମଲା ବେଙ୍ଗାଲୁରୁରେ ଦାଖଲ କରାଯାଇଛି। ପୁଣେର ଓକିଲ ୱାଜିଦ ଖାନ ବିଡକର, ଏହି ଅଭିଯୋଗ ଦାଖଲ କରିଛନ୍ତି।ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ, ଅହମ୍ମଦାବାଦରେ ଅନୁଷ୍ଠିତ ଉତ୍ସବ ସମୟରେ ପାଣ୍ଡ୍ୟାଙ୍କ ଉପରେ ଭାରତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗକାରୀଙ୍କ ଅନୁଯାୟୀ, ବିଜୟ ପରେ ଟିମ୍ ଇଣ୍ଡିଆ ପଡ଼ିଆରେ ଉତ୍ସବ ପାଳନ କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଗୋଟିଏ ଭିଡିଓରେ, ପାଣ୍ଡ୍ୟା କାନ୍ଧରେ ଭାରତୀୟ ପତାକା ଘୋଡ଼ାଇ ପଡ଼ିଆରେ ନାଚୁଥିବା ଏବଂ ଦୌଡ଼ୁଥିବାର ଦେଖାଯାଇଛି। ଅଭିଯୋଗ ହୋଇଛି ଯେ, ଉତ୍ସବ ସମୟରେ ପାଣ୍ଡ୍ୟା ତାଙ୍କ ପ୍ରେମିକାଙ୍କ ସହ ମଞ୍ଚ ଉପରେ ଶୋଇଥିବାର ଦେଖାଯାଇଥିଲା। ଆଉ ତାଙ୍କ କାନ୍ଧରେ ତ୍ରିରଙ୍ଗା ମଧ୍ୟ ଥିଲା । ଯାହା ଜାତୀୟ ପତାକାର ସମ୍ମାନ ବିରୁଦ୍ଧରେ।

Related posts

ଧୋନୀଙ୍କ ନିଆରା ଅନ୍ଦାଜରେ ଟସ୍ ପକାଇବାକୁ ନେଇ ଚର୍ଚ୍ଚା

ଶିଖର ଧାୱନଙ୍କ ହେବାକୁ ଥିବା ପତ୍ନୀ ସୋଫି ସାଇନ୍ କିଏ? ଦ୍ୱିତୀୟ ବିବାହ ପାଇଁ ଖବରରେ ‘ଗବ୍ବର’

Odisha Sports Bureau

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସେହବାଗ, ଏଦୁଲଜି, ଡି’ସିଲ୍‌ଭା

Odisha Sports Bureau