ନିଜ ବ୍ୟାଟରେ ପୁଣି ଥରେ କମାଲ ଦେଖାଇଛନ୍ତି ଇଶାନ କିଶନ । ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍ ପକ୍ଷରୁ ଖେଳି ସାଉଥ୍ ଜୋନ୍ ବିପକ୍ଷରେ ଏକ ଦ୍ଵିଶତକ ହାସଲ କରିଛନ୍ତି। ଏହା ସହିତ ଇଷ୍ଟ ଜୋନ୍ ଫାଇନାଲରେ ନିଜର ସ୍ଥିତି ମଜବୁତ କରିନେଇଛି। ଦୁଲୀପ ଟ୍ରଫିରେ ଇଶାନଙ୍କର ଏହା ପ୍ରଥମ ଦ୍ଵିଶତକ। ଏହା ପୂର୍ବରୁ ମଧ୍ୟ ସେ ଦ୍ଵିଶତକ ଲଗାଇ ସାରିଛନ୍ତି। ଇଷ୍ଟ ଜୋନ୍ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଦ୍ଵିଶତକ ହାସଲ କରିବାରେ ସେ ତୃତୀୟ ବ୍ୟାଟ୍ସମ୍ୟାନ୍ ବନିଯାଇଛନ୍ତି ।

ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍ ଏବଂ ସାଉଥ୍ ଜୋନ୍ ଦଳ ମୁହାଁମୁହିଁ ହୋଇ ଥିବା ବେଳେ ପ୍ରଥମେ ବ୍ୟାଟିଂ କରି ଇଷ୍ଟ ଜୋନ୍ ନିଜର ସ୍କୋରକୁ ୬୦୦ ପାର୍ କରିଥିଲା । ଯେଉଁଥିରେ ଇଶାନ କିଶନଙ୍କ ଜବରଦସ୍ତ ଦ୍ଵିଶତକ ସାମିଲ ଥିଲା । ସେ ପ୍ରଥମେ ନିଜର ଶତକ ପୂରଣ କଲେ ଏବଂ କିଛି ସମୟ ପରେ ଦେଢ଼ଶହ ରନ୍ ମଧ୍ୟ ପାର୍ କରିଗଲେ। ଏହା ପରେ ସେ ଦ୍ଵିଶତକ ପୂର୍ଣ୍ଣ କରିବାରେ ମଧ୍ୟ ସଫଳ ହେଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ଦ୍ଵିଶତକ ଅଟେ । ଏହା ପୂର୍ବରୁ ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଏକ ଦ୍ଵିଶତକ କରିସାରିଛନ୍ତି ।

