Cricket

PCBକୁ ମ୍ୟାଚ୍ ଫିକ୍ସିଂ ଡର; ପାକିସ୍ତାନ ଖେଳାଳିଙ୍କ ମୋବାଇଲ୍ ସିଜ୍

PCBକୁ ମ୍ୟାଚ୍ ଫିକ୍ସିଂ ଡର। ପାକିସ୍ତାନ କ୍ରିକେଟ୍ ଖେଳାଳିଙ୍କ ମୋବାଇଲ୍ ସିଜ୍ କଲା PCB।ଏଜବାଷ୍ଟନରେ ତୃତୀୟ ଟେଷ୍ଟ ପୂର୍ବରୁ କିଛି ପାକିସ୍ତାନୀ ଖେଳାଳିଙ୍କ ମୋବାଇଲ୍ ଫୋନ୍ ନିଜ ହେପାଜତକୁ ନେଇଛି PCB। ତେବେ କେଉଁ ଖେଳାଳିଙ୍କ ଫୋନ୍ ନିଆଯାଇଛି ଏବଂ କାହିଁକି ନିଆଯାଇଛି, ସେନେଇ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟୀକରଣ ମିଳିନାହିଁ।

ଶେଷ ଟେଷ୍ଟ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଏହି ଫୋନ୍ ଗୁଡ଼ିକ PCB ପାଖରେ ରହିବ। ଏହି ଘଟଣା ପରେ ମ୍ୟାଚ୍ ଫିକ୍ସିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ, ବେଟିଂ କିମ୍ବା ଦୁର୍ନୀତି ନେଇ କୌଣସି ଅଭିଯୋଗ ଆସିନାହିଁ।

ତେବେ PCB ଏହି ଫୋନ୍ କେଉଁ ନିୟମ ଆଧାରରେ ନେଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏପଟେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ରେ ପାକିସ୍ତାନ ୦-୨ରେ ପଛୁଆ ରହିଛି। ଶେଷ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ମୋବାଇଲ୍ ଜବତ ଘଟଣା ଟିମ୍ କୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Related posts

ଜାଣନ୍ତୁ ଆଇପିଏଲର ୫ଟି ବଡ ବିବାଦ

Odisha Sports Bureau

ଅଷ୍ଟ୍ରେଲିଆ ସହିତ ଭାରତର ପ୍ରଥମ ମ୍ୟାଚ

ଅଜିତ ଅଗରକରଙ୍କ ବିଦାୟର କାରଣ ରୋହିତ ଶର୍ମା କି?

Odisha Sports Bureau