Uncategorized

ୟୁଥ୍ ଓଲିମ୍ପିକ୍ସରେ ଇତିହାସ ରଚିଲେ ଲଞ୍ଚେନବୀ ଚାନୁ

ୱୁସୁରେ ଇତିହାସ ରଚିଲେ ରାଜକୁମାରୀ ଚାନୁ । ଚାଙ୍ଗକ୍ୱାନ୍ ଇଭେଣ୍ଟରେ ଜିତିଲେ ବ୍ରୋଞ୍ଜ । ଏହା ସହ ୱୁସୁରେ ଯୁବ ଓଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ମଣିପୁରର ଏହି ଖେଳାଳି । ମଙ୍ଗଳବାର ମହିଳା ଚାଙ୍ଗକ୍ୱାନ୍ ମିଳିତ ଇଭେଣ୍ଟରେ ମୋଟ ୧୮.୦୩୯ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲେ ରାଜକୁମାରୀ । ଏହି ଇଭେଣ୍ଟରେ ଇଜିପ୍ଟର ସୋଣ୍ଡୋସ୍ ସୋନବୋଲ୍ ୧୮.୬୬୦ ପଏଣ୍ଟ ସହ ସ୍ୱର୍ଣ୍ଣ ଏବଂ ଭେନେଜୁଏଲାର ଭାଲେରିଆ ଫ୍ରାନ୍ସିସ୍ ଡୁଡାମେଲ୍ ୧୮.୧୯୯ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି ।

Rajkumari Lanchenbi Chanu makes history, wins India's first Youth Olympics wushu  medal - India Today

ଅନ୍ୟପଟେ ଡାକାର୍ ଯୁବ ଓଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଜାରି ରହିଛି । ଏପର୍ଯ୍ୟନ୍ତ ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହ ମୋଟ ତିନିଟି ପଦକ ଜିତିଛି ଭାରତ । ଏହାପୂର୍ବରୁ ଜୁଡୋରେ ଖୁସବୁ ରାଜକଭାଇ ରୌପ୍ୟ ପଦକ ଜିତିଥିବା ବେଳେ ସନ୍ତରଣରେ ଧିନିଧି ଦେସିଙ୍ଘୁ ମହିଳା ୧୦୦ ମିଟର ଫ୍ରିଷ୍ଟାଇଲ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ସଫଳତା ସହ ଯୁବ କ୍ରୀଡ଼ା ମଞ୍ଚରେ ଭାରତୀୟ ଖେଳାଳିଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି ।

Rajkumari Lanchenbi Chanu wins India's first Youth Olympics wushu medal  with bronze

Related posts

ନାନନଙ୍କ ଜୟନ୍ତୀ ଅବସରରେ କୋହଲିଙ୍କ ଶୁଭେଚ୍ଛା

Odisha Sports Bureau

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାର

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau