Cricket

ଜାନୁଆରୀ ୧୪ରୁ ଆରମ୍ଭ, ଫେବୃଆରୀ ୭ରେ ଫାଇନାଲ୍

ମହିଳା ପ୍ରିମିୟର ଲିଗ୍ର ପଞ୍ଚମ ସଂସ୍କରଣକୁ ନେଇ ବଢ଼ିଲା କ୍ରିକେଟ୍ ପ୍ରେମୀଙ୍କ ଉତ୍କଣ୍ଠା। WPL ୨୦୨୭ ପାଇଁ ମ୍ୟାଚ୍ ସୂଚୀ ଘୋଷଣା କରିଛି ବିସିସିଆଇ। ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହେବ ଏହି ମହାସମର। ଫେବୃଆରୀ ୭ ତାରିଖରେ ଖେଳାଯିବ ଫାଇନାଲ୍ ମୁକାବିଲା। ପ୍ରାୟ ୨୫ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦଳ ମଧ୍ୟରେ ହେବ ଟାଇଟଲ୍ ଲଢ଼େଇ।

WPL 2027 Schedule: Vadodara & Mumbai to Host Womens Premier League

ଚଳିତ ସଂସ୍କରଣର ସମସ୍ତ ମ୍ୟାଚ୍ ଭଦୋଦରା ଓ ମୁମ୍ବାଇରେ ଖେଳାଯିବ। ଜାନୁଆରୀ ୧୪ରେ ଭଦୋଦରାରେ ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ। ଭଦୋଦରାରେ ଜାନୁଆରୀ ୨୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଖେଳାଯିବ ୧୧ଟି ମ୍ୟାଚ୍।

The WPL trophy gleams on its pedestal, ahead of season two's opener |  Cricinfo.com

ଏହାପରେ ଜାନୁଆରୀ ୨୬ରୁ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ। ଫେବୃଆରୀ ୩ ପର୍ଯ୍ୟନ୍ତ ଚାଲିବ ଲିଗ୍ ପର୍ଯ୍ୟାୟର ମୁକାବିଲା। ଏହାପରେ ଫେବ୍ରୁଆରୀ ୫ରେ ଖେଳାଯିବ ଏଲିମିନେଟର। ପଏଣ୍ଟ ଟେବୁଲ୍ର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ହେବ ଏହି ଲଢ଼େଇ। ବିଜୟୀ ଦଳ ଫାଇନାଲ୍ରେ ପ୍ରଥମ ସ୍ଥାନରେ ଥିବା ଦଳକୁ ଭେଟିବ।

WPL 2024 retentions - Gujarat Giants release more than half of their squad  | Cricinfo

ଶେଷରେ ଫେବୃଆରୀ ୭ ତାରିଖ ରବିବାର ଦିନ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ଟାଇଟଲ୍ ମୁକାବିଲା। ଆଉ ଏହି ମ୍ୟାଚ୍ରୁ ମିଳିବ WPL ୨୦୨୭ର ନୂଆ ଚାମ୍ପିଅନ୍। ବିସିସିଆଇର ସୂଚନା ଅନୁସାରେ, ଟୁର୍ଣ୍ଣାମେଣ୍ଟର ସମସ୍ତ ୨୨ଟି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ।

TATA WPL 2026 becomes the most-viewed season on JioHotstar | Adgully

Related posts

IND vs WI: ଟସ୍ ଜିତିଲେ ସୂର୍ଯ୍ୟକୁମାର, ପ୍ରଥମେ କରିବେ ବୋଲିଂ

ବିଶ୍ୱକପ ପାଇଁ ୫୦୦ ହେଟେଲ ଖୋଲିବ OYO

ଭାରତୀୟ କ୍ରିକେଟ ଟିମ୍ ଙ୍କ ଅଷ୍ଟେଲିଆ ଗ୍ରସ୍ତ

Odisha Sports Bureau