Cricket

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଦଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଟିମ । ଚାମ୍ପିଆନ ଟିମକୁ ଭେଟି ଖେଳାଳିଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବାସଭବନରେ ମୋଦି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅଧିନାୟକ ରୋହିତ ଶର୍ମା , ବିରାଟ କୋହଲି , ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା , ସୂର୍ଯ୍ୟକୁମାର ଯାଦବ ଏବଂ ରିଷଭ ପନ୍ଦଙ୍କ ସହିତ ୧୫ ଖେଳାଳି ଏବଂ କୋଚ ରାହୁଲ ଦ୍ରାବିଡ ମୋଦିଙ୍କୁ ଭେଟିଛନ୍ତି । ଭାରତୀୟ ଟିମ ସହିତ କଥା ହୋଇ ମୋଦି ବହୁତ ଖୁସି ଥିବା କହିଛନ୍ତି । ଖେଳାଳିଙ୍କ ସହିତ କଥାବାର୍ତ୍ତା ହୋଇ ମସ୍ତି ମଜାକ କରିବା ପରେ ଟ୍ରଫି ଓ ଖେଳାଳିଙ୍କ ସହିତ ଫଟୋ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଟାଇଟଲ ଜିତିବା ପରେ ଖେଳାଳିମାନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଆଜି ଖେଳାଳି ଏବଂ ଦଳର ଅନ୍ୟ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୋଦି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୋଦିଙ୍କ ସହିତ ସାକ୍ଷାତ ପରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ବାହାରିଛନ୍ତି ଭାରତୀୟ ଖେଳାଳି ।

Related posts

ପେସ ବୋଲର ଭାବେ ଟି୨୦ କ୍ରିକେଟରେ ୨୫୦ ୱିକେଟ ଅକ୍ତିଆର କଲେ ବୁମରାହ

Odisha Sports Bureau

୨୦୨୩ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସାମ୍‌ କରନ୍‌

Odisha Sports Bureau

ଧୋନୀଙ୍କ ମିଶନ କାଶ୍ମୀର ଯାତ୍ରା ଆରମ୍ଭ

Leave a Comment