Uncategorized

କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?

ଆଉ ମାତ୍ର କିଛି ଘଣ୍ଟାର  ଅପେକ୍ଷା । ବିଶ୍ୱକୁ ମିଳିବ ନୂଆ ଚାମ୍ପିଅନ୍ । ମାସେ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ଏବେ ଶେଷ ମୁହୂର୍ତ୍ତରେ ଆସି ଉପନିତ ହୋଇଥିବା ବେଳେ ବିଶ୍ୱକୁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ଆୟୋଜକ ଭାରତ ଓ ଦକ୍ଷିଣ ଆଫ୍ରିକା  ମଧ୍ୟରେ ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ର ଟାଇଟଲ ଲଢ଼େଇ ଆରମ୍ଭ ହେବ । ଭାରତୀୟ କ୍ରିକେଟ୍ ଦଳ ପୂର୍ବରୁ ଦୁଇଥର ୨୦୦୫ ଏବଂ ୨୦୧୭ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଦକ୍ଷିଣ ଆଫ୍ରିକା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୧୨୫ରନ୍‌ରେ ପରାସ୍ତ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଡିଫେଣ୍ଡିଂ ଚାମ୍ପିଆନ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ଧୂଳି ଚଟାଇ ଫାଇନାଲ ଟିକଟ ହାତେଇଛି । ବ୍ୟାଟିଂ ଫ୍ରେଣ୍ଡ୍‌ଲି ପିଚ୍‌ ଓ ସନ୍ଧ୍ୟାରେ କାକରର ସମ୍ଭାବନା ରହିଥିବାରୁ ଏହା ଏକ ହାଇ ସ୍କୋରିଂ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି।

ଭାରତ ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ୨୦ଟି ମ୍ୟାଚ୍‌ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୩ଟି ଜିତିଛି । ଦୁଇ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍ ଡ୍ରରେ ଶେଷ ହୋଇଛି । ଫଳସ୍ୱରୂପ, ପରିସଂଖ୍ୟାନ ଏବଂ ସାମ୍ପ୍ରତିକ ପ୍ରଦର୍ଶନ ଆଧାରରେ ହରମନପ୍ରୀତ କୌରଙ୍କ ଦଳ ଅତ୍ୟନ୍ତ ଉତ୍ସାହିତ ଅଛି । ସମାନ ଭେନ୍ୟୁରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲରେ ୩୩୯ ରନର ବିଶାଳ ଟାର୍ଗେଟର ପିଛା କରି ଭାରତୀୟ ମହିଳା ଦଳ ଐତିହାସିକ ବିଜୟ ହାସଲ କରିଥିଲାଯାହା ସେମାନଙ୍କ ମନୋବଳକୁ ବୃଦ୍ଧି କରିଛି।

ସମ୍ଭାବ୍ୟ ଦଳ:-

ଭାରତ: ସ୍ମୃତି ମନ୍ଧନା, ଶେଫାଳି ବର୍ମା,  ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର  (ଅଧିନାୟିକା), ଦୀପ୍ତି ଶର୍ମା, ରିଚା ଘୋଷ,  ଅମନଜୋତ କୌର, ରାଧା ଯାଦବ, ଶ୍ରୀ  ଚରଣୀ, ରେଣୁକା ସିଂହ, କ୍ରାନ୍ତି ଗୌଡ଼ ।

ଦକ୍ଷିଣ ଆଫ୍ରିକା: ଲୌରା ଉଲଭାର୍ଟ  (ଅଧିନାୟିକା), ତଜମିନ ବ୍ରିଟ୍ସ, ସୁନେ  ଲୁସ, ମରିଜାନ କାପ, ଆନେକି ବସ୍କ/ ମାସାବାଟା କ୍ଲାସ, ଆନେରି ଡେରେକସନ,  ସିନାଲୋ ଜାଫଟା, ଚୋଲେ ଟ୍ରିୟନ,  ନାଦିନ ଡି କ୍ଲର୍କ, ଆୟାବୋଙ୍ଗା ଖାକା,  ନନକୁଲୁଲେକୋ ମଲାବା ।

Related posts

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ରେ ରୌପ୍ୟ ପଦକ

Odisha Sports Bureau

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ନୀରଜ ଚୋପ୍ରା

Odisha Sports Bureau