Cricket

ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାଜୟ ପରେ ରାଗିଗଲେ ରାହୁଲ, ହାର୍ ପାଇଁ କଲେ ଏହି ଖେଳାଳିଙ୍କୁ ଦାୟୀ …

ମୁମ୍ବାଇ: ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜୁରାଟ ଟାଇଟନ୍ସ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୫୮ ରନ୍ କରିଥିଲା । ଜବାବରେ ଗୁଜୁରାଟ ୫ ଓ୍ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ତେବେ ଏହି ହାର୍ ପରେ କେ.ଏଲ ରାହୁଲଙ୍କ ଅଧିନାୟକତ୍ୱକୁ ତୀବ୍ର ସମାଲୋଚନା କରାଯାଇଛି।

ଏହି ମ୍ୟାଚରେ ତାଙ୍କ ଦଳର ଲଜ୍ଜାଜନକ ପରାଜୟ ପରେ କେ.ଏଲ୍ ରାହୁଲ ନିଜେ ଭଡ଼କି ଯାଇଛନ୍ତି। ତାଙ୍କ ଦଳର ପରାଜୟ ପାଇଁ କେଏଲ ରାହୁଲ ତାଙ୍କରି ଦଳର ଜଣେ ଖେଳାଳିଙ୍କୁ ଦାୟୀ କରିଛନ୍ତି।ତେବେ ଭବିଷ୍ୟତରେ କେଏଲ ରାହୁଲଙ୍କୁ ଭାରତୀୟ ଦଳର ଅଧିନାୟକ ଭାବରେ ମଧ୍ୟ ଦେଖାଯାଉଛି, କିନ୍ତୁ ରାହୁଲଙ୍କ ସାମ୍ପ୍ରତିକ ପରିସ୍ଥିତି ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି କୁହାଯାଉଛି |

ମ୍ୟାଚ୍ ପରେ କେ.ଏଲ୍ ରାହୁଲ କହିଛନ୍ତି, ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାଜୟ ପାଇଁ ଗୁଜୁରାଟ ଟାଇଟାନ୍ସର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସେ ଦାୟୀ କରିଛନ୍ତି।କେ.ଏଲ୍ ରାହୁଲ କହିଛନ୍ତି ଯେ, ଆମେ ଜାଣୁ ଯେ ମହମ୍ମଦ ଶାମି ବହୁତ ସାଙ୍ଘାତିକ ବୋଲର। ଏଥିସହ ମହମ୍ମଦ ଶାମିଙ୍କ ଓଦା ବଲ ସହିତ ଖେଳିବା ଟିକେ କଷ୍ଟସାଧ୍ୟ ହୋଇଛି | ସେ ଆହୁରି ମଧ୍ୟ କହିଛନ୍ତି, ଏହି ହାର ଆମକୁ ବହୁତ କିଛି ଶିକ୍ଷା ଦେଇଛି ଏବଂ ଭବିଷ୍ୟତ ପାଇଁ ଆମକୁ ବହୁତ କିଛି ଶିଖିବାକୁ ଅଛି |

ସୋମବାର ଗୁଜୁରାଟ ଟାଇଟନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 5 ୱିକେଟରେ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍‌ରେ ଭାରତର ଆୟୁଷ ବାଡୋନିଙ୍କ ଶାନଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଆୟୁଷଙ୍କ ପ୍ରଦର୍ଶନକୁ କେ.ଏଲ୍ ରାହୁଲ ମଧ୍ୟ ପ୍ରଶଂସା କରିଛନ୍ତି। କେ.ଏଲ୍ ରାହୁଲ କହିଛନ୍ତି, ବାଦୋନି ଆମ ପାଇଁ ବେବି ଏବି। ସେ ପ୍ରଥମ ଦିନ ହିଁ ଅସାଧାରଣ ପ୍ରତିଭା ଦେଖାଇଛନ୍ତି। ସେ ୩୬୦ ଡିଗ୍ରୀରେ ଶଟ୍‌ ଖେଳିଥିଲେ। ମିଳିଥିବା ସୁଯୋଗର ଭରପୁର ଫାଇଦା ଉଠାଇଥିବାରୁ ମୁଁ ତାଙ୍କ ପାଇଁ ଖୁସି। ତାଙ୍କ ପାଇଁ ପରିସ୍ଥିତି ଉପଯୋଗୀ ନ ଥିଲା। ଆମେ ୪ ଉଇକେଟ ହରାଇ ସାରିଥିଲୁ। କିନ୍ତୁ ସେ ଚାପରେ ଭଲ ବ୍ୟାଟିଂ କରିଥିଲେ। ଆଶା କରୁଛି, ସେ ଆଗକୁ ଏଭଳି ପ୍ରଦର୍ଶନ ଜାରି ରଖିବେ।

Related posts

‘ଆନ୍ତର୍ଜାତୀୟ ଆଇନ କେଉଁଠି?’ ବୋମା ବିସ୍ଫୋରଣ ପାଇଁ ପାକିସ୍ତାନ ଉପରେ ବର୍ଷିଲେ କ୍ରିକେଟର

Odisha Sports Bureau

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ

Odisha Sports Bureau

ଏଥର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହିଁ ହେବ ଆଇପିଏଲ ୨୦୨୬

Odisha Sports Bureau