Hockey

ଆଜି କଳିଙ୍ଗରେ କଡ଼ା ଟକ୍କର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିଅମରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୧-୨୨ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳା ଯାଇଛି ।ତେବେ ଏହି ମ୍ୟାଚ ରାତି ୭ଟା ୩୦ରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅମିତ ରୋହିଦାସଙ୍କ ନେତୃତ୍ବାଧିନ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ଭାରତ ଲିଗ୍ ରେ ୮ଟି ମ୍ୟାଚରୁ ୫ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଶୁଟ୍‌ଆଉଟ୍‌ ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ଦକ୍ଷିଣ ଆଫ୍ରିକାକୁ ୧୦-୨ ଓ ୧୦-୨ରେ , ଫ୍ରାନ୍ସକୁ ପ୍ରଥମ ମ୍ୟାଚରେ ୫-୦ରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୫-୨ ଗୋଲରେ ପରାଜିତ ହୋଇଥିଲା।

ସେହିଭଳି ସ୍ପେନ ବିପକ୍ଷ ପ୍ରଥମ ମ୍ୟାଚକୁ ଭାରତ ୫-୪ ଗୋଲରେ ଜିତି ଥିବାବେଳେ ଦ୍ବିତୀୟ ମ୍ୟାଚରେ ୫-୩ ଗୋଲରେ ଭାରତ ପରାସ୍ତ ହୋଇଥିଲା। ଆର୍ଜେଣ୍ଟିନା ବିପକ୍ଷରେ ପ୍ରଥମ ମ୍ୟାଚକୁ ପେନାଲ୍ଟି ଶୁଟ୍‌ ଆଉଟ୍‌ ୧-୩ (୨-୨) ଗୋଲରେ ପରାଜିତ ହୋଇଥିବା ସମୟରେ ଦ୍ବିତୀୟ ମ୍ୟାଚକୁ ୪-୩ ଗୋଲରେ ଜିତି ନେଇଥିଲା ଭାରତ। ଅନ୍ୟପକ୍ଷେ ଗହଳିକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Related posts

ମହିଳା ହକୀ ଟିମର ବିଜୟ ସହିତ ଆରମ୍ଭ ନ୍ୟୁଜଲ୍ୟାଣ୍ଡ୍ ଟୁର

Odisha Sports Bureau

ଖେଳ ରତ୍ନା ପୁରସ୍କାର ଦୌଡରେ ମହିଳା ହକି କ୍ୟାପଟେନ ରାନୀ, ଭାଣ୍ଡାନା, ମୋନିକା ଏବଂ ହରମାନ

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

Odisha Sports Bureau