Cricket

ପ୍ରଥମ ଟେଷ୍ଟରେ ୭ ୱିକେଟରେ ବାଜି ହାତେଇଲା ୱେଷ୍ଟଇଣ୍ଡିଜ

ଆଣ୍ଟିଗୁଆ: ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ହୋଇଛି । ଏହି ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ । ଦ୍ୱିତୀୟ ଇନିଂସରେ ଜିତିବା ପାଇଁ ଆବଶ୍ୟକ ଥିବା ୮୪ରନକୁ ମାତ୍ର ୩ଟି ୱିକେଟ ହରାଇ ୮୮ ରନ କରି ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି । ଏଥିପୂର୍ବରୁ ୱେଷ୍ଟଇଣ୍ଡିଜର ଆମନ୍ତ୍ରଣ କ୍ରମେ ବାଂଲାଦେଶ ବ୍ୟାଟିଂ କରି ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୩ ରନ୍ କରିଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜ ୨୬୫ ରନ୍ କରି ୧୬୨ ରନ୍ରେ ଅଗ୍ରଣୀ ହୋଇଥିଲା । ପରେ ଦ୍ୱିତୀୟ ଇନିଂସରେ ବାଂଲାଦେଶ ୨୪୫ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଫଳରେ ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜକୁ ଜିତିବା ପାଇଁ ୮୪ ରନ୍ ଆବଶ୍ୟକ ଥିଲା । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ପକ୍ଷରୁ ଜନ କ୍ୟାମ୍ପବେଲ ଅପରାଜିତ ୫୮ ଏବଂ ଜେମିନି ବ୍ଲାକଉଡଙ୍କ ଅପରାଜିତ ୨୬ ରନ୍ ବଳରେ ମାତ୍ର ୩ଟି ୱିକେଟ ହରାଇ ୮୮ ରନ୍ କରିଥିଲା । ଫଳରେ ୱେଷ୍ଟଇଣ୍ଡିଜ ୭ ୱିକେଟରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ପ୍ରଥମ ଇନିଂସରେ ୨ଟି ଏବଂ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ ନେଇ ୱେଷ୍ଟଇଣ୍ଡିଜର କେମର ରୋଚ ପ୍ଲେୟାର ଅଫ ଦ ମ୍ୟାଚ ପାଇ ପୁରସ୍କୃତ ହୋଇଥିଲେ ।

Related posts

ଧୋନିଙ୍କ ସହ କଥା ହେବାକୁ ଡରନ୍ତି ଚହଲ

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

Odisha Sports Bureau

ଏହି ଦଳ ବିପକ୍ଷରେ ଋଷଭ ପନ୍ତ ପଡ଼ିଆକୁ ଫେରିବା ନିଶ୍ଚିତ!

Odisha Sports Bureau