Cricket

ଭାରତ ବିପକ୍ଷ ହ୍ୱାଇଟବଲ୍‌ ସିରିଜରୁ ବଞ୍ଚିତ ହେବେ ଆଦିଲ ରସିଦ

ଲଣ୍ଡନ : ଶନିବାର ସାଉଦି ଆରବ ଗସ୍ତ କରିବେ ଆଦିଲ ରସିଦ । ଆସନ୍ତା ମାସରେ ଭାରତ ବିପକ୍ଷ ହ୍ୱାଇଟବଲ୍‌ ସିରିଜରୁ(ସୀମିତ ଓଭର) ସିରିଜରେ ଇଂଲଣ୍ଡ ଦଳ ଲେଗ୍‌ ସ୍ପିନର ଆଦିଲ ରସିଦଙ୍କ ସେବାରୁ ବଞ୍ଚିତ ହେବ। ହଜ୍‌ ଯାତ୍ରା ଲାଗି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ତାଙ୍କୁ ଅନୁମତି ଦେଇଛି। ଏଥିଲାଗି ରସିଦ ଶନିବାର ସାଉଦି ଆରବ ଗସ୍ତ କରିବେ। ତେଣୁ ସେ ୟର୍କସାୟର ଟ୍ବେଣ୍ଟି-୨୦ ବ୍ଲାଷ୍ଟରେ ଭାଗନେଇ ପାରିବେନି। ‘ମୁଁ ହଜ୍‌ ଯାତ୍ରା କରିବା ଲାଗି ୟର୍କସାୟର ଓ ଇସିବିର ଅନୁମତି ମାଗିଥିଲି। ସେମାନେ ମତେ ଅନୁମତି ଦେଇଥିବାରୁ ଧନ୍ୟବାଦ’ ବୋଲି ରସିଦ କହିଛନ୍ତି। ଭାରତ-ଇଂଲଣ୍ଡ ଧଳାବଲ୍‌ ଶୃଙ୍ଖଳା (ଟ୍ବେଣ୍ଟି-୨୦ ଓ ଦିନିକିଆ) ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୩୪ ବର୍ଷୀୟ ରସିଦ ଜୁଲାଇ ମଧ୍ୟ‌ଭାଗରେ ‌ଫେରିବେ ତେଣୁ ଏହି ଶୃଙ୍ଖଳାରୁ ପୂରା ବଞ୍ଚିତ ହେବେ। ତେବେ ଏହାପରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ସେ ଉପଲବ୍‌ଧ ହେବାର ସମ୍ଭାବନା ରହିଛି।

Related posts

ଯୁବରାଜ ସିଂହ ହେଲେ ଟି୨୦ ବିଶ୍ୱକପର ଆମ୍ବାସାଡର

Odisha Sports Bureau

୧୩ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ

Odisha Sports Bureau

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି : ଆଇସିସି