Cricket

ଆୟାରଲାଣ୍ଡ-ଭାରତ ପ୍ରଥମ ଟି-୨୦: ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

ଡବଲିନ : ମାଲାହାଇଡ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ରବିବାର ଭାରତ ଓ ଆୟାରଲାଣ୍ଡ ମଧ୍ୟରେ ଶେଷ ହୋଇଛି ପ୍ରଥମ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଭାରତ ୭ ୱିକେଟ ବିଜୟୀ ହୋଇଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ ୧୨ ଓଭର ବିଶିଷ୍ଟ ହୋଇଥିଲା । ଟିମ୍ ଇଣ୍ଡିଆ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡିଆ ଟସ ଜିତି ପ୍ରତିପକ୍ଷ ଦଳକୁ ବ୍ୟାଟିଂ କରିବାକୁ ଆହ୍ୱାନ ଦେଇଥିଲେ । ଆମନ୍ତ୍ରଣ ପାଇଁ ଆୟାରଲାଣ୍ଡ ପକ୍ଷରୁ ପଲ ଷ୍ଟର୍ଲିଙ୍ଗ ଏବଂ ଆଣ୍ଡି ବାଲବିରନେ ବ୍ୟାଟିଂ କରିଥିଲେ ।

ମାତ୍ର ପ୍ରଥମ ଓଭରରେ ଭୁବନେଶ୍ୱର କୁମାରଙ୍କ ବୋଲିଂରେ ଆଣ୍ଡି କୌଣସି ରନ ନକରି ଆଉଟ ହୋଇଥିଲେ । ପରେ ଦ୍ୱିତୀୟ ଓଭରରେ ହାର୍ଦ୍ଦିକ ପାଣ୍ଡିଆଙ୍କ ବୋଲିଂରେ ମାତ୍ର ୪ ରନ୍ ପାଭିଲିୟନ ଫେରିଥିଲେ । ସେହିପରି ଗରେଥ ଡିଲାନୀ ମାତ୍ର ୮ ରନ କରି ଆଭେସ ଖାନଙ୍କ ଶିକାର ହୋଇଥିଲେ । ପରେ ହାରୀ ଟେକ୍ଟର ଏବଂ ଲୋନକାନ ଟୁକରଙ୍କ ବ୍ୟାଟରୁ କିଛି ଭଲ ସଟ ଦେଖିବାକୁ ମିଳିଥିଲା । ପରେ ଟୁକ୍କର ୧୮ ରନ କରି ଯୁଜଭେନ୍ଦ୍ର ଚହଲଙ୍କ ବୋଲିଂରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ତେବେ ଖେଳର ୧୨ତମ ଓଭର ସୁଦ୍ଧା ହାରୀ ଟେକ୍ଟର ଅପରାଜିତ ୬୪ ଏବଂ ଜର୍ଜ ଡକ୍ୱେଲ ଅପରାଜିତ ୪ ରନ୍ ବଳରେ ଆୟାରଲାଣ୍ଡ ୪ ୱିକେଟରେ ୧୦୮ ରନ୍ କରିଥିଲେ । ତେବେ ଭାରତ ପକ୍ଷରୁ ବୋଲିଂରେ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡିଆ, ଆଭେଶ ଖାନ, ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଏହାର ଜବାବରେ ଟିମ ଇଣ୍ଡିଆ ୧୦୯ରନର ବିଜୟ ଲକ୍ଷ୍ୟ ରଖି ଦୀପକ ହୁଡା ଓ ଇଶାନ କିଶାନ ବ୍ୟାଟିଂ କରିଥିଲେ । ଭାରତ ପକ୍ଷରୁ ଇଶାନ କିଶାନ (୨୬), ହାର୍ଦ୍ଦିନ ପାଣ୍ଡିଆ (୨୪) ଏବଂ ଦୀପକ ହୁଡା ଅପରାଜିତ (୪୭) ଓ ଦିନେଶ କାର୍ତ୍ତିକ ଅପରାଜିତ (୫) ରନ ବଳରେ ୩ ୱିକେଟ ବିନିମୟରେ ୧୧୧ ରନ୍ କରି ଟିମ୍ ଇଣ୍ଡିଆ ୭ ୱିକେଟରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ୩ ଓଭରରେ ମାତ୍ର ୧୧ ରନ ଦେଇ ଗୋଟିଏ ୱିକେଟ ନେଇଥିବା ଯୁଜବେନ୍ଦ୍ର ଚହଲଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ଘୋଷିତ ହୋଇଥିଲେ । ଆସନ୍ତା ମଙ୍ଗଳବାର ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଡବଲିନ ଠାରେ ଖେଳାଯିବ ।

Related posts

ଆଜିର ଦିନରେ କ୍ରିକେଟ୍ ଜଗତର ‘ଭଗବାନ୍’ କ୍ରିକେଟରୁୁ ନେଇଥିଲେ ସନ୍ୟାସ

Odisha Sports Bureau

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

Odisha Sports Bureau

ଦ୍ୱିତୀୟ ବିଦେଶୀ କ୍ରିକେଟର ଭାବେ ୪୦୦୦ ରନ ପୂରଣ କଲେ: ଗେଲ

Odisha Sports Bureau