Cricket

ମହିଳା ଏସିଆ କପ୍ ଟି-୨୦ ଫାଇନାଲରେ ଭାରତୀୟ ଦଳ

ରିପୋଟର୍ସ ଟୁଡେ ବ୍ୟୁରୋ : ଏସିଆ କପ ଟି-୨୦ରେ ଭାରତୀୟ ମହିଳା ଦଳ । ସେମିଫାଇନାଲ ମ୍ୟାଚ୍‌ରେ ଥାଇଲାଣ୍ଡକୁ ୭୪ ରନରେ ହରାଇ ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ପହଁଚିଛି । ଆଜି ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ୧୪୮ ରନ କରିଥିଲା । ତେବେ ଥାଇଲାଣ୍ଡକୁ ଜିତିବା ପାଇଁ ଆଉ ୨୦ଓଭରରେ ୧୪୯ ରନ ଲକ୍ଷ ରହିଥିଲା । ହେଲେ ଥାଇଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ମାନେ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ କ୍ରିଜରେ ରହି ପାରିନଥିଲେ । ସେଥିପାଇଁ ୨୦ଓଭର ୯ୱିକେଟରେ ୭୪ରନରେ ସୀମିତ ମ୍ୟାଚ ହାରିଯାଇଥିଲା ଥାଇଲାଣ୍ଡ ।

ଦଳ ପକ୍ଷରୁ ନରୁମୋଲ ଛାଇୱାଇ ସର୍ବାଧିକ ୪୧ ଟି ବଲ୍ ଖେଳି ୨୧ ରନ୍ କରିଥିବା ବେଳେ ନତାୟା ବୁଛାଥାମ ୨୯ ବଲ୍ ଖେଳି ୨୧ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇନଥିଲେ ।ଭାରତ ପକ୍ଷରୁ ଖେଳୁଥିବା ଦୀପ୍ତି ଶର୍ମା ଆଜି ସଫଳ ବୋଲର ହିସାବରେ ସାବ୍ୟସ୍ତ ହୋଇଛନ୍ତି । ୪ଓଭର ବୋଲିଙ୍ଗ କରି ମାତ୍ର ୭ରନ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ରାଜେଶ୍ୱରୀ ଗାୟକ୍ୱାଡ଼ ୪ ଓଭର ବୋଲିଂ କରି ୧୦ ରନ୍ ବିନିୟମରେ ୨ଟି ୱିକେଟ୍ ହାସଲ କରିଛନ୍ତି । ରେଣୁକା ସିଂ, ସ୍ନେହା ରାଣା ଓ ଶେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟନ୍ ଅକ୍ତିଆର କରିଛନ୍ତି ।ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ ସଂଗ୍ରହ କରିଥିଲା ।

ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୨୮ ଟି ବଲ୍ ଖେଳି ୪୨ ରନ କରିଥିଲେ । ସେହିପରି ଅଧିନାୟକ ହରମନପ୍ରୀତ କୌର ୩୦ ବଲରେ ୩୬ ରନ୍ ସଂଗ୍ରହ କରିଥିଲେ ଏବଂ ଜେମିମା ରୋଡ୍ରିଗ୍ସ ୨୬ ବଲ୍ ଖେଳି ୨୭ ରନର ଯୋଗଦାନ କରିଥିଲେ ।ତେବେ ଥାଇଲାଣ୍ଡ ପକ୍ଷରୁ ଖେଳୁଥିବା ସୋର୍ଣ୍ଣାରିଣ ଥିପୋଚ ୪ ଓଭରରେ ୨୪ ରନ ଦେଇ ୩ୱିକେଟ ଅକ୍ତିଆର କରିଥିଲେ । ଏବଂ ଅନ୍ୟ ଦୁଇ ମହିଳା ଫାନିତା ଓ ଥିପାଟଚା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଏହାକୁ ବାଦ ଦେଲେ ଆଜି ମଧ୍ୟାହ୍ନ ୧ଟାବେଳଠାରୁ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳ ଚାଳିଛି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ଯିଏ ଜିତିବ ସିଏ ଭାରତକୁ ଫାଇନାଲରେ ଭେଟିବ । ଆସନ୍ତା ୧୫ତାରିଖରେ ଫାଇନାଲ ମ୍ୟାଚ ଆୟୋଜିତ ହେବ ।

Related posts

ବିଶ୍ୱକପ୍ ପାଇଁ ସଜବାଜ ହେଉଛି ଦିଲ୍ଲୀ ଷ୍ଟାଡିୟମ

ଏବେ ପାକିସ୍ତାନ ବିପକ୍ଷରେ ଛକା ମାରିବେ ବୈଭବ ସୂର୍ଯ୍ୟବଂଶୀ, ଜାଣନ୍ତୁ ଏହା କେଉଁଠି ଏବଂ କେବେ ହେବ

Odisha Sports Bureau

ବିଶ୍ୱ କପ୍ ପାଇଁ ପାକିସ୍ତାନର୨୩ ଜଣିଆ ସମ୍ଭାବ୍ୟ ଦଳ