Hockey

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓଡିଶାର ୨ ହକି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର

ଓଡିଶା : ଭାରତୀୟ ୨ ଜଣ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସଙ୍କ ପାଇଁ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା। ଭାରତୀୟ ହକି ଟିମରେ ସ୍ଥାନ ପାଇଛନ୍ତି ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସ। ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ରୋହିଦାସ ଭାରତୀୟ ହକି ଟିମରେ ଉପଅଧିନାୟକ ଅଛନ୍ତି ।
ମୋଟ୍ ୧୨୭ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିଛନ୍ତି ରୋହିଦାସ। ଜଣେ ଡିଫେଣ୍ଡର ଭାବେ ରୋହିଦାସଙ୍କୁ ପେନାଲିଟି କର୍ଣ୍ଣର ପାଇଁ ଭରସା ଦେଖାଇଥାଏ ଟିମ୍ । ସେହିପରି ନିଲମ ସଂଜୀପ ଖେସ ୩୦ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ଟି ଗୋଲ୍ ସ୍କୋର କରିଛନ୍ତି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା କାଦୋବାହାଲ ଖେସଙ୍କ ପୈତୃକ ଗାଁ। ଆଜିର ମ୍ୟାଚରେ ଖେସଙ୍କୁ ଉତ୍ସାହିତ କରିବେ ହୋମ କ୍ରାଉଡ୍। ସୁନ୍ଦରଗଡ଼ର ଏହି ଦୁଇ ଖେଳାଳି ଭାରତୀୟ ଟିମ ପକ୍ଷରୁ ଆଜି ପଡିଆକୁ ଓହ୍ଲାଇବା ଓଡ଼ିଶା ପାଇଁ ଗର୍ବର ବିଷୟ। ଉଭୟଙ୍କ ଉପସ୍ଥିତି ଆଜି ଖେଳରେ ସ୍ଥାନୀୟ ଦର୍ଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିବ।

 

Related posts

ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨

Odisha Sports Bureau

ସ୍ପେନ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ ଭାରତ

Odisha Sports Bureau

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

Odisha Sports Bureau