Wrestling

କୁସ୍ତିଯୋଦ୍ଧାଙ୍କ ପ୍ରତି ପୋଲିସର ବ୍ୟବହାରକୁ ନେଇ ବିନ୍ଦ୍ରା ବ୍ୟଥିତ

ନୂଆଦିଲ୍ଲୀ: ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଉଠାଇନେବା ଘଟଣାକୁ ବହୁ ଖେଳାଳି ନାପସନ୍ଦ କରିଛନ୍ତି। ଏଭଳି ଘଟଣାର ଫଟୋଚିତ୍ର ତଥା ଭିଡ଼ିଓକୁ ଦେଖି ବ୍ୟଥିତ ହୋଇପଡ଼ିଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା। ମହିଳା କୁସ୍ତିଯୋଦ୍ଧାମାନେ ନୂଆ ସଂସଦ ଭବନର ଉଦ୍ଘାଟନ ଅବସରରେ ଏହାର ବାହାରେ ମହାପଞ୍ଚାୟତ କରିବାକୁ ଘୋଷଣା କରିଥିଲେ। ଖେଳାଳିମାନଙ୍କୁ ଯେଉଁଭଳି ଭାବେ ଟଣା ଓଟରା କରାଗଲା ସେଥିରେ ବିବ୍ରତ ହୋଇପଡ଼ିଛନ୍ତି ବିନ୍ଦ୍ରା। ସେମାନଙ୍କ ଦାବିପ୍ରତି କୌଣସି ବିଚାର ନ କରି ଏଭଳି ବ୍ୟବହାର ଯୁକ୍ତି ସଂଗତ ନୁହେଁ ବୋଲି ବିନ୍ଦ୍ରା ପ୍ରକାଶ କରିଛନ୍ତି। ଭାରତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟକ ସୁନିଲ ଛେତ୍ରୀ ଏବଂ ପୂର୍ବତନ କ୍ରିକେଟ୍ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ୍ ମଧ୍ୟ ଏହି ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି। ଅଲିମ୍ପିକ୍ସ, ବିଶ୍ବ ପ୍ରତିଯୋଗିତା ଓ ଏସୀୟ କ୍ରୀଡ଼ାରୁ ପଦକ ଜିତିଥିବା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗତ, ବଜରଙ୍ଗ ପୁନିଆ, ସଂଗୀତା ଫୋଗତ ଏବଂ ସେମାନଙ୍କ ସମର୍ଥକମାନେ ନୂଆ ସଂସଦ ଭବନ ଅଭିମୁଖେ ଯିବାକୁ ଯୋଜନା କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା।

Related posts

ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କଲା ଭାରତୀୟ କୁସ୍ତି ମହାସଂଘ

ବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବାସନ୍ଦ