Cricket

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ବର:- ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ୨୦୨୫ର,  ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪ ଜଣ ଖେଳାଳୀଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଖେଳାଳିମାନଙ୍କୁ କହିଛନ୍ତି, ପ୍ରତ୍ୟେକ ଓଡିଆଙ୍କ ପାଇଁ ଆପଣମାନେ ହୋଇଛନ୍ତି ପ୍ରେରଣା । ଆତ୍ମବିଶ୍ୱାସର ସହ ଆଗକୁ ଏହି ବିଜୟ ଯାତ୍ରା ଜାରି ରହୁ ।

ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପରେ, ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଫାଇନାଲରେ ନେପାଳକୁ ପରାସ୍ତ କରି  ଇତିହାସ ସୃଷ୍ଟି କରିଛି। ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ ଖେଳାଳି ରହିଥିଲେ । ବାଲେଶ୍ୱରରୁ ଫୁଲ ସୋରେନ । ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା  ପ୍ରତିନିଧିତ୍ବ କରିଥିଲେ। ଆଜି ସେଠାରୁ ଫେରିବା ପରେ, ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ ।

Related posts

ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ତାରକା ଖେଳାଳିଙ୍କ ଛୁଟି ସ୍ଥିର

Odisha Sports Bureau

ରାହାଣେଙ୍କ ଫୋକସ ମନ୍ତ୍ର

Odisha Sports Bureau

ଟିମ ଇଣ୍ଡିଆକୁ ସପୋର୍ଟ କରିବାକୁ ମଇଦାନରେ ପହଞ୍ଚିଲେ ସାରା ତେନ୍ଦୁଲକର Sara is looking for Schumann playing

Odisha Sports Bureau