Cricket

ବାଂଲାଦେଶରେ ଆଇପିଏଲ୍ ୨୦୨୬ର ପ୍ରସାରଣ ଉପରେ ରୋକ୍

ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରହେମାନଙ୍କୁ କେକେଆର ଟିମରୁ ରିଲିଜ କରିବା ପରେ ବାଂଲାଦେଶ ନେଲା ପଦକ୍ଷେପ । ଏବେ ପୁଣି ଥରେ ଆଇପିଏଲକୁ ନେଇ ଏମିତି କିଛି କହିଲା ଯାହା ବର୍ତ୍ତମାନ ଭାଇରାଲ ହେଉଛି। ବାଂଲାଦେଶରେ ଦେଶରେ ଆଇପିଏଲ୍ ୨୦୨୬ର ପ୍ରସାରଣ ଉପରେ ରୋକ୍ ଲଗାଇବା ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ବିଚାର କରୁଛନ୍ତି। ଆଇପିଏଲ ଟେଲିକାଷ୍ଟକୁ ବାଂଲାଦେଶରେ ଅନିଶ୍ଚିତକାଳ ପାଇଁ ବ୍ୟାନ୍ କରିଛି ୟୁନୁସ ସରକାର । ଫଳରେ ବାଂଲାଦେଶରେ ଥିବା କ୍ରିକେଟ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିଛି । ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲ୍ ଟିମରୁ ବିଦା କରାଯିବା ନିଷ୍ପତ୍ତିକୁ ନେଇ ବାଂଲାଦେଶର ଅନ୍ତରୀଣ ସରକାର କଡ଼ା ଆପତ୍ତି ପ୍ରକାଶ କରିଛି। ଆଇପିଏଲ ୧୯ ତମ ସିଜିନରେ ମୁସ୍ତାଫିଜୁରଙ୍କୁ ୯,୨୦ କୋଟିରେ କିଣିଥିଲା କେକେଆର । ବାଂଲାଦେଶ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଟିଭି ଚ୍ୟାନେଲକୁ ଆଇପିଏଲ ପ୍ରସାରଣ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ।

ମନ୍ତ୍ରଣାଳୟ ତରଫରୁ ଏହି ନିର୍ଦ୍ଦେଶ ଟେଲିଭିଜନ ଚ୍ୟାନେଲକୁ ଅଫିସିଆଲ ଚିଠି ଦିଆଯାଇଛି । ବାଂଲାଦେଶର ସୂଚନା ଏବଂ ପ୍ରସାରଣର ପରାମର୍ଶଦାତା ସୈୟଦ ରିଜଓ୍ଵାନା ହସନ ଏହି ପୂରା ଘଟଣାକ୍ରମକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇଛନ୍ତି। ଏଥିରେ ଦେଶବାସୀଙ୍କ ଭାବନାକୁ ଆଘାତ ଲାଗିଛି। ବିସିସିଆଇ ଦ୍ବାରା ବାଂଲାଦେଶର ଷ୍ଟାର ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ଆଗାମୀ ଆଇପିଏଲ ସିଜିନ ପାଇଁ କୋଲକତା ନାଇଟ ରାଇଡର୍ସ ଟିମରୁ ବାଦ୍ ଦିଆଯିବ ପରେ ନିଷ୍ପତ୍ତି ନିଆଯାଇଛି । ଚିଠିରେ କୁହାଯାଇଛି କି, ବିସିସିଆଇ ଏହି ନିଷ୍ପତ୍ତି ପାଇଁ କୌଣସି ସଠିକ୍ କାରଣ ଦର୍ଶାଇନାହିଁ, ତେଣୁ ବାଂଲାଦେଶ ଲୋକଙ୍କୁ ବହୁତ ଦୁଃଖ ଲାଗିବା ସହିତ କ୍ରୋଧରେ ରହିଛନ୍ତି । ଏହି ସ୍ଥିତିକୁ ଦେଖି ମନ୍ତ୍ରଣାଳୟ ସମସ୍ତ ଟିଭି ଚ୍ୟାନେଲକୁ ଅଫିସିଆଲ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଆଗାମୀ ନିର୍ଦ୍ଦେଶ ଯାଏଁ ସମସ୍ତ ଆଇପିଏଲ ମ୍ୟାଚ ଏବଂ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପ୍ରସାରଣକୁ ତୁରନ୍ତ ରୋକ୍ ଲଗାଇବାକୁ କୁହାଯାଇଛି ।

Related posts

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

Odisha Sports Bureau

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଓଡ଼ିଆ ପୁଅ

Odisha Sports Bureau

ବିରାଟଙ୍କ ଯୋଗୁଁ ମ୍ୟାଚ ଦେଖିବା ପାଇଁ ଲାଗିଛି ପ୍ରବଳ ଗହଳି..

Odisha Sports Bureau