Cricket

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭୁବନେଶ୍ଵର: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ । ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗିଲ୍‌ଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କର ନଜର । ତିନୋଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବାବେଳେ ଭାରତ ନିଜର ବର୍ଷର ପ୍ରଥମ ମ୍ୟାଚ୍ ଖେଳିବ । ବିଜୟରୁ ବର୍ଷ ଆରମ୍ଭ କରିବା ପାଇଁ ଉଭୟ ଦଳ ପ୍ରୟାସ କରିବେ । ଭଦୋଦରାରେ ଏହି ମ୍ୟାଚ୍ ଖେଳିଯିବାକୁ ଥିବାବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଜଣେ ୨୪ ବର୍ଷୀୟ ପେସର ବୋଲର ଡେବ୍ୟୁ କରିବେ । ସେ ପ୍ରଥମଥର ଲାଗି ପ୍ଲେଇଂ ଇଲେଭେନରେ ରହିବେ ବୋଲି କୁହାଯାଉଛି । ସାମ୍ବାଦିକ ସମ୍ମିଳନୀରେ ନ୍ୟୁଜିଲାଣ୍ଡର ଅଧିନାୟକ ବ୍ରେସଓ୍ବେଲ କହିଛନ୍ତି କି, ରବିବାର କ୍ରିଷ୍ଟିଆନ୍ କ୍ଲାକ ଖେଳିବାର ସୁଯୋଗ ପାଇବେ ।

ଘରୋଇ କ୍ରିକେଟରେ ତାଙ୍କର ଭଲ ରେକର୍ଡ ରହିଛି । ଭାରତ ବିପକ୍ଷରେ ଏହି ଦ୍ରୁତ ବୋଲର ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ କ୍ଲାକଙ୍କ ପ୍ରଂଶସା କରିଛନ୍ତି । କହିଛନ୍ତି କି, ମୁଁ ନିଶ୍ଚିତ କରିପାରୁନି କି ସେ ପ୍ଲେଇଙ୍ଗ ଇଲେଭେନରେ ସ୍ତାନ ପାଇପାରିବେ କି ନାହିଁ । କିନ୍ତୁ ଆ​‌ମେ ବିଚାର କରୁଛୁ କି ଦଳରେ ସାମିଲ କରିବା ପାଇଁ । ଏହାସହ ତାଙ୍କ ବୋଲିଂକୁ ମଧ୍ୟ ପ୍ରଂଶସା କରିଥିଲେ । ସେ ୨୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୩୪ଟି ଲିଷ୍ଟ ଏ ମ୍ୟାଚ୍ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟରେ ୭୯ଟି ୱିକେଟ୍ ନେଇଛନ୍ତି । ଲିଷ୍ଟ ଏ କ୍ରିକେଟରେ ତାଙ୍କର ୫୨ଟି ୱିକେଟ୍ ମଧ୍ୟ ଅଛି। ସେ ଲିଷ୍ଟ ଏ କ୍ରିକେଟରେ ଏକ ଶତକ ମଧ୍ୟ କରିଛନ୍ତି, ଅର୍ଥାତ୍ ସେ ତାଙ୍କ ବୋଲିଂ ଏବଂ ବ୍ୟାଟିଂ ଉଭୟରେ ଯୋଗଦାନ ଦେଇପାରିବେ।

Related posts

୧୫ ବର୍ଷ ପରେ, ବିରାଟ କୋହଲିଙ୍କୁ ଏହି ଦଳରେ ପ୍ରବେଶ ମିଳିଛି

Odisha Sports Bureau

WPL 2026ରେ DCକୁ ଧୁଳି ଚଟେଇଲା RCB, ଇତିହାସ ସୃଷ୍ଟି କଲେ ସ୍ମୃତି

Odisha Sports Bureau

ଭାଙ୍ଗିଯିବ ଯୋଡି; ଅଲଗା ହୋଇଯିବେ ହାର୍ଦ୍ଦିକ ଓ ନତାଶା

Odisha Sports Bureau