Cricket

ସୁପର–୮ ପୂର୍ବରୁ ଦଳରେ ଯୋଗଦେବେ ରିଙ୍କୁ ସିଂ, ବାପା ଦେଲେ ଅପଡେଟ୍

ନୂଆଦିଲ୍ଲୀ: ଭାରତୀୟ ଦଳର ଦମଦାର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ Rinku Singh ସୁପର–୮ ମୁକାବିଲା ପୂର୍ବରୁ ପୁଣିଥରେ ଦଳରେ ସାମିଲ ହେବେ। ଜିମ୍ବାଓ୍ୱେ ବିପକ୍ଷ ମହତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ତାଙ୍କ ଫେରା ସମ୍ବନ୍ଧରେ ସୂଚନା ଦେଇଛନ୍ତି ଭାରତୀୟ ଦଳର ବ୍ୟାଟିଂ କୋଚ୍ Sitamshu Kotak। ସିତାଂଶୁ କୋଟାକଙ୍କ କହିବା ଅନୁସାରେ, ରିଙ୍କୁଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ କିଛି ଦିନ ପାଇଁ ଘରକୁ ଯାଇଥିଲେ। ଫେବୃଆରୀ ୨୫ ରାତି ସୁଦ୍ଧା ସେ ଦଳ ସହ ଯୋଗ ଦେବେ ବୋଲି ସୂଚନା ମିଳିଛି। ପରିବାର ସହ କିଛି ସମୟ ବିତାଇବା ପରେ ବର୍ତ୍ତମାନ ସ୍ଥିତି ସାମାନ୍ୟ ସୁଧାର ହୋଇଥିବାରୁ ସେ ଦେଶ ପାଇଁ ନିଜର ଦାୟିତ୍ୱ ପୂରଣ କରିବାକୁ ଫେରୁଛନ୍ତି।

କୋଚ୍ ସ୍ପଷ୍ଟ କରିଛନ୍ତି ଯେ ରିଙ୍କୁଙ୍କ ବିରତିର ସହ କ୍ରିକେଟର କୌଣସି ସମ୍ପର୍କ ନାହିଁ। ସେ ବ୍ୟକ୍ତିଗତ କାରଣରୁ ଦଳ ଛାଡ଼ିଥିଲେ ଏବଂ ଜିମ୍ବାଓ୍ୱେ ବିପକ୍ଷ ମ୍ୟାଚ୍ ଖେଳିବାରେ କୌଣସି ଅସୁବିଧା ନଥିବ। ଟିମ୍ ମ୍ୟାନେଜମେଣ୍ଟ ଆଶା କରୁଛି ଯେ ରିଙ୍କୁ ଶୀଘ୍ର ପ୍ରାକ୍ଟିସ୍ ସେସନ୍‌ରେ ଯୋଗ ଦେଇ ନିଜର ଲୟ ଫେରିପାରିବେ। ମିଡିଲ ଅର୍ଡରରେ ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଶେଷ ଓଭରଗୁଡିକରେ ଦ୍ରୁତ ରନ୍ ସଂଗ୍ରହ କରିବାରେ ସେ ଦଳର ମୁଖ୍ୟ ଭରସା। ହେଲେ ଚଳିତ ଟି୨୦ ଟୁର୍ଣ୍ଣାମେଣ୍ଟ ରିଙ୍କୁଙ୍କ ପାଇଁ ଆଶାନୁରୂପ ହୋଇନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେ ବିନା ରନ୍‌ରେ ଆଉଟ୍ ହୋଇଥିଲେ। ତଥାପି ସୁପର–୮ ପର୍ଯ୍ୟାୟରେ ସେ ଦମଦାର ପ୍ରଦର୍ଶନ କରି ଦଳକୁ ଜିତିବାରେ ସାହାଯ୍ୟ କରିବେ ବୋଲି ଆଶା କରାଯାଉଛି।

Related posts

ଧୋନୀ-ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ସଲମାନ ଅଲ୍ଲୀ ଆଗା

Odisha Sports Bureau

ସେହୱାଗଙ୍କ ଅପିଲ : ଜର୍ସିରେ ‘ଇଣ୍ଡିଆ’ସ୍ଥାନରେ ‘ଭାରତ’ ଲେଖାଯାଉ

Odisha Sports Bureau

୨୦୨୨ରେ ହରଭଜନଙ୍କ ନୂଆ ଅବତାର

Odisha Sports Bureau