Cricket

ବେଙ୍ଗାଲୁରୁ ଦଳର ଘରୋଇ ଗ୍ରାଉଣ୍ଡକୁ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ ପାଇଁ ଅନୁମତି ପ୍ରଦାନ

ସବୁ ଆଶଙ୍କାରେ ପଡ଼ିଛି ପୂର୍ଣ୍ଣଛେଦ । ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମକୁ ମିଳିଛି ସବୁଜ ସଂକେତ । କର୍ଣ୍ଣାଟକ ସରକାର ଏହି ଷ୍ଟାଡିୟମରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସସିଏ)କୁ ଅନୁମତି ପ୍ରଦାନ କରିଛନ୍ତି । ଏଣିକି ଆଇପିଏଲ୍‌ ମ୍ୟାଚ ସମେତ ଅନ୍ୟାନ୍ୟ ଘରୋଇ, ଅନ୍ତର୍ଜାତୀୟ ମ୍ୟାଚ ଏହି ଷ୍ଟାଡିୟମରେ ଆୟୋଜନ କରିହେବ । ଆଗାମୀ ଆଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ୫ଟି ଘରୋଇ ମ୍ୟାଚ ଖେଳିବ ।

Chinnaswamy Stadium cleared: Karnataka govt approves IPL 2026 matches in BLR

ଚଳିତ ମାସ ୨୮ ତାରିଖରୁ ଆଇପିଏଲ ଆରମ୍ଭ ହେବ । ଡିଫେଣ୍ଡିଂ ଚାମ୍ପିଅନ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉଦ୍ଘାଟନୀ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଚିନ୍ନାସ୍ୱାମୀ ଷ୍ଟଡ଼ିୟମ୍କୁ ଉଦଘାଟନୀ ମ୍ୟାଚ ଆୟୋଜନ କରିବାକୁ ଅନୁମତି ମିଳିଛି । ଆଇପିଏଲ୍ର ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ ଦଳକୁ ଉଦ୍ଘାଟନୀ ଓ ଫାଇନାଲ୍ ମ୍ୟାଚ ଆୟୋଜନ କରିବାକୁ ସୁଯୋଗ ଦିଆଯାଏ । ରୟାଲ ଚ୍ୟାଲେଞ୍ଜର୍ସ ଗତ ବର୍ଷ ଚାମ୍ପିଅନ୍ ହୋଇଥିବାରୁ ଏଥର ଉଭୟ ମ୍ୟାଚ ଆୟୋଜନ କରିବ । ଏହା ବ୍ୟତୀତ ଷ୍ଟାଡ଼ିୟମ୍ ଘରୋଇ ଦଳର ୫ଟି ମ୍ୟାଚ ସମେତ ଏକ ପ୍ଲେ-ଅଫ୍ ମ୍ୟାଚ ମଧ୍ୟ ଆୟୋଜନ କରିବାକୁ ସୁଯୋଗ ପାଇବ ।

Bengaluru stampede turns spotlight on relocation of Chinnaswamy stadium,  BTC, BGC and APMC Yard - The Hindu

Related posts

ନୂଆ ଯୁଗର ଷ୍ଟମ୍ପ କ୍ରିକେଟରେ ପ୍ରବେଶ; ଅଷ୍ଟ୍ରେଲିଆର ଟି -୨୦ ଲିଗ୍ ‘ବିଗ୍ ବାସ୍ ଲିଗ୍’ରେ ଦେଖିବାକୁ ମିଳିଛି ଏହି ନୂତନ ଷ୍ଟମ୍ପ

Odisha Sports Bureau

ବେପରୁଆ ଗାଡ଼ି ଚାଳନା ପାଇଁ ରୋହିତଙ୍କୁ ନିନ୍ଦା, କଟିଲା ୩ଟି ଚାଲାଣ

Odisha Sports Bureau

ଖୁବ ଶୀଘ୍ର ମଇଦାନକୁ ଆସିବେ ଧୋନୀ

Odisha Sports Bureau