Cricket

ବିଳମ୍ବ କରିଥିଲେ ହାତ କାଟିବାକୁ ପଡ଼ିଥାନ୍ତା; ମୋହସିନ୍ ଖାନ୍

ଲକ୍ଷେ୍ନø: ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷେ୍ନø ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇକୁ ୫ରନରେ ପରାସ୍ତ କରି ଲକ୍ଷେ୍ନø ନିଜ ପ୍ଲେ ଅଫ୍ ଆଶାକୁ ବଢ଼ାଇ ଦେଇଛି । ୧୭୮ ରନର ବିଜୟ ଲକ୍ଷ୍ୟରେ ଖେଳିଥିବା ମୁମ୍ବାଇକୁ ଶେଷରେ ପରାସ୍ତ କରିଥିଲା ଲକ୍ଷେ୍ନø । ବିଜୟ ପରେ କ୍ରିକେଟର ମୋହସିନ ଖାନ ତାଙ୍କର ରୋଗ ବିଷୟରେ ଆଲୋଚନା କରି କହିଥିଲେ ‘ ,ଏମିତି ଏକ ସମୟ ଥିଲା, ଯେତେବେଳେ ମୁଁ ଭବିଷ୍ୟତରେ କେବେ କ୍ରିକେଟ ଖେଳିବି ବୋଲି ଆଶା ଛାଡ଼ି ଦେଇଥିଲି। କାରଣ ମୁଁ ହାତ ଉଠାଇ ପାରୁ ନଥିଲି। ଯଦି ବି ଉଠାଉଥିଲୁ ତାହା ସିଧା ହେଉ ନଥିଲା। ଏଭଳି ଅସୁବିଧା ଭିତରେ ଯଦି ମୁଁ ଡାକ୍ତରଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚି ନଥାଆନ୍ତି ହାତ କାଟିବାକୁ ପଡ଼ିଥାଆନ୍ତା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଏହି କାରଣରୁ ଗତବର୍ଷ ମୋର କାନ୍ଧର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ବାମ କାନ୍ଧରେ ରକ୍ତ ଜମାଟ ବାନ୍ଧି ଦେଇଥିଲା। ଏହି କାରଣରୁ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ଖେଳି ପାରି ନଥିଲି।

Related posts

ବାର୍ଷିକ ଅପଡେଟ୍ ଜାରି କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ

Odisha Sports Bureau

ଅକ୍ଟୋବର ୧୫ରେ ହୋଇପାରେ ଭାରତ-ପାକ ବିଶ୍ୱକପ ମ୍ୟାଚ

ଶୃଙ୍ଖଳା ଜିତିବା ନୁହେଁ, ବରଂ ନୂଆଁ ଖେଳାଳିଙ୍କୁ ସୁଯୋଗ ଦେବା: ମନ୍ଧାନା