Swimming Wrestling

୩୭ତମ ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ

ଭୁବନେଶ୍ବର: ଓଡ଼ିଶାକୁ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ | ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଆସିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୨୨ (୫ ସ୍ବର୍ଣ୍ଣ, ୮ ରୌପ୍ୟ, ୯ କାଂସ୍ୟ)ରେ ପହଞ୍ଚିଛି। ପୁରୁଷ ୧୧୦ ମିଟର ବାଧାଦୌଡ଼ରେ ଗ୍ରେସସନ ଜୀଭା (୧୪.୧୩ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। ମହାରାଷ୍ଟ୍ରର ତେଜସ ଅଶୋକ (୧୩.୭୧) ସ୍ବର୍ଣ୍ଣ ଏବଂ ରାଜସ୍ଥାନର ମାଧବେନ୍ଦ୍ର ସିଂହ (୧୪.୧୯) କାଂସ୍ୟ ପାଇଥିଲେ। ଓଡ଼ିଶା ପାଇଁ କାଂସ୍ୟ ପଦକ ଜିତିଥିଲେ ସନ୍ତରଣରେ ମହିଳା ମିଡ୍‌ଲେ ରିଲେ ଦଳ। ପ୍ରତ୍ୟାଶା ରାୟ, ସୃଷ୍ଟି ଉପାଧ୍ୟାୟ, ମନ୍ନତା ମିଶ୍ର ଓ ସୋନିଆ ପଟେଲଙ୍କୁ ନେଇ ଗଠିତ ଏହି ଦଳ ତୃତୀୟ ସ୍ଥାନରେ ରହିଥିଲେ। ଏଥି ସହ ସୃଷ୍ଟିଙ୍କ ପଦକ ସଂଖ୍ୟା ୨କୁ ବୃଦ୍ଧି ହୋଇଛି।

ରବିବାର ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି କାଂସ୍ୟ ଜିତିଥିଲେ। ମହିଳା ଫୁଟ୍‌ବଲ୍‌ରେ ଓଡ଼ିଶା ଲଗାତାର ଦ୍ବିତୀୟ ବିଜୟ ପାଇଛି। ରବିବାର ଏହି ଦଳ ଗୋଆକୁ ୪-୦ ଗୋଲ୍‌ରେ ହରାଇ ଦେଇଥିଲା। ଏସ୍‌ ଲିଣ୍ଡା କମ, ପ୍ୟାରି ଖାଖା, ସୁମିତ୍ରା ହେମ୍ବ୍ରମ ଓ ସୁଭଦ୍ରା ସାହୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ପୁରୁଷ ଦଳ ୧-୨ ଗୋଲ୍‌ରେ ମହାରାଷ୍ଟ୍ରଠୁ ପରାସ୍ତ ହୋଇଥିଲା। ହକିରେ ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲା ବେଳେ ମିଶ୍ରିତ ଫଳ ପାଇଛି। ମହିଳା ଦଳ ପଶ୍ଚିମବଙ୍ଗ ସହ ଅମୀମାଂସିତ ରଖିଥିଲା ବେଳେ ପୁରୁଷ ଦଳ ୧-୨ ଗୋଲ୍‌ରେ ମହାରାଷ୍ଟ୍ରଠୁ ହାରିଯାଇଛି। ତୀରନ୍ଦାଜିରେ ଜୟଲକ୍ଷ୍ମୀ ରାଉଣ୍ଡ ୧୬‌ରେ ପହଞ୍ଚି ପଦକ ଅଶା ବଳବତ୍ତର ରଖିଛନ୍ତି।

Related posts

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇପାରେ ଭାରତୀୟ ସନ୍ତରଣକାରୀ ଶିବିର

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ମହମବତି ଶୋଭାଯାତ୍ରା

ବିଜେପିର ପ୍ରଭାବଶାଳି ନେତା ବ୍ରିଜଭୂଷଣଙ୍କ ପାଖରେ ରହିଛ ୫୦ରୁ ଅଧିକ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ହୋଟେଲ

Odisha Sports Bureau