Cricket

ହରମନପ୍ରିତ୍ ଧୁଆଁଧାର ଶତକ ସହିତ ରଚିଲେ ଇତିହାସ, ବିଶ୍ୱ କପ୍ ର ପ୍ରଥମ ମ୍ୟାଚରେ ଲଗାଇଲେ ରେକର୍ଡର ଝଡି

(ଓଡିଶା ସ୍ପୋର୍ଟ): ହରମନପ୍ରିତଙ୍କ ଧୁଆଁଧାର ଶତକରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ଜୋରଦାର ପ୍ରଦର୍ଶନ ହୋଇଅଛି । ଭାରତ- ନ୍ୟୁଜଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ବିଶ୍ୱ କପ୍ ଉଦଘାଟନୀ ମ୍ୟାଚରେ ଭାରତୀୟ ଟିମର କ୍ୟାପଟେନ୍ ଇତିହାସ ସୃଷ୍ଟି କରିଛନ୍ତି । ଶୁକ୍ରବାର ଦିନ ଗୁଆନାରେ ହରମନ ୫୧ ବଲ୍ ରେ ୧୦୩ ରନ୍ କରି ଶତକ ହାସଲ କରିବା ସହିତ ଭାରରତୀୟ ମହିଳା ଦଳ ନ୍ୟୁକ୍ଲ୍ୟାଣ୍ଡର ସାମ୍ନାରେ ୧୯୫ ରନର ବିଶାଳ ଲକ୍ଷ୍ୟ ରଖିଥିଲେ । ୭ ଚୌକା ଏବଂ ୮ ଛକ୍କାରେ ସଜ୍ଜିତ ଏହି ପାଳି ସହିତ ହରମନ୍ପ୍ରିତ ମହିଳା ଟି-ଟ୍ୱିର୍ଟି ବିଶ୍ୱ କପ୍ ରେ ଶତହ ହାସଲ କରିଥିବା ପ୍ରଥମ ମହିଳା ଖେଳାଳୀ ହୋଇଗଲେ । ଏହା ପୂର୍ବରୁ କୌଣସି ଭାରତୀୟ ମହିଳା କ୍ରିକେଟର ଏହା କରିପାରି ନ ଥିଲେ ।

ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ଶତକ ହାସଲ କରିଥିବା ହରମନପ୍ରିତ ତୃତୀୟ କ୍ୟାପଟେନ୍ ଅଟନ୍ତି । ଏହା ପୂର୍ବରୁ ଯେଉଁ ତିନି ଜଣ ମହିଳା କ୍ରିକେଟର୍ସ ଟି-ଟ୍ୱେଣ୍ଟି ବୀଶ୍ୱ କପ୍ ରେ ଶତକ ହାସଲ କରିଛନ୍ତି, ସେମାନେ ସମସ୍ତେ ନିଜ ନିଜ ଟିମର କ୍ୟାନଟେନ ଥିଲେ । ନିଜର ଏହି ୧୦୩ ରନ୍ ର ପାଳିରେ ହରମନପ୍ରିତ ୮ ଛକ୍କା ମାରିଥିଲେ, ଯାହା ଗୋଟିଏ ପାଳିରେ ସିକ୍ସସର୍ସ ଉଡାଇବାର ସଂଯୁକ୍ତା ରୂପରେ ଦ୍ୱିତୀୟ ରେକର୍ଡ ଅଟେ । ସର୍ବାଧିକ ଛକ୍କାର ରେକର୍ଡ ୱେଷ୍ଟଇଣ୍ଡିଜ୍ ର ଡି ଡାର୍ଟିନଙ୍କ ନାମରେ ରହିଛି । ସେ ୨୦୧୦ ମସିହାରେ ବିଶ୍ୱ କପ୍ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଛକ୍କା ଜମା କରିଥିଲେ ।

ହରମନପ୍ରିତ କୌର ଚତୁର୍ଥ ୱେକେଟ୍ ନେବା ପାଇଁ ଯୁବା ଖେଳାଳୀ ଜେମିମା ରୋଡ୍ରୀଜଙ୍କ ସହ ମିଶି ୧୩୪ ରନ୍ କରିଥିଲେ । ଯାହା ଭାରତ ତରଫରୁ ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ କୌଣସି ଭି ୱେକେଟ ପାଇଁ ଏହା ସବୁଠାରୁ ବଡ ପାର୍ଟନରସିପ୍ ଅଟେ । ଏହା ପୁର୍ବରୁ ମିତାଲି ରାଜ ଏବଂ ପୂନମ ରାଉତ ୨୦୧୪ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୧୭ ରନ୍ ସଂଗ୍ରହ କରିଥିଲେ । ଏହି ଶତକ ହାସସଲ କରିବା ପରେ ହରମନପ୍ରିତ୍ ଏବେ ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ଖେଳାଳୀ ହୋଇଗଲେ । ଏହା ପୂବର୍ବରୁ ମଧ୍ୟ ଏହି ରେକର୍ଡ ତାଙ୍କ ନାମରେ ଥିଲା, ଯାହା ହରମନପ୍ରିତ୍ (୭୭ ରନ୍) ବାଙ୍ଗଲାଦେଶ ବିପକ୍ଷରେ ୨୦୧୪ ରେ ସିଲହଟରେ ସଂଗ୍ରହ କରିଥିଲେ । ହରମନପ୍ରିତ୍ କୌର ମହିଳା ଟି-୨୦ ବିଶ୍ୱ କପ୍ ରେ ଛକ୍କା ଉଡାଇଥିବା ପ୍ରଥମ ଭାରତୀୟ ମହିଳା କ୍ୟାନଟେନ୍ ଅଟନ୍ତି ।

Related posts

ପାକିସ୍ତାନୀ ଦଳର ଚିନ୍ତା ବଢ଼ାଇ ଦେଇଛି ଜ୍ୱର ଏବଂ ଶାରିରୀକ ଆଘାତ

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକାଙ୍କୁ ହୃଦୟରୁ ପ୍ରଶଂସା କରି କହିଛନ୍ତି, “ସେ ମୋ ଜୀବନରେ ଆସିବା ପରଠାରୁ ସବୁ କିଛି ବଦଳିଯାଇଛି”

Odisha Sports Bureau

କ୍ୟାପଟେନ ପଦ ଛାଡିଲେ କେନ ୱିଲିୟମସନ