Cricket

ଭାରତୀୟ କ୍ରିକେଟ ଟିମ୍ ଙ୍କ ଅଷ୍ଟେଲିଆ ଗ୍ରସ୍ତ

ଅଷ୍ଟେଲିଆ ଗସ୍ତ କରିଛି ଭାରତୀୟ କ୍ରିକେଟ ଟିମ୍ । ନଭେମ୍ବର ୨୧ରୁ ଆରମ୍ଭ ହେବ ଭାରତ – ଅଷ୍ଟେଲିଆ କ୍ରିକେଟ ସିରିଜ । ଏହି ଗ୍ରସ୍ତକାଳରେ ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦,୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

ଗ୍ରସ୍ତ ପୂର୍ବରୂ ଅଧିନାୟକ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, “ ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି ।ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି ।

ଘରୋଇ ଅଷ୍ଟ୍ରେଲିଆ ନିଜ ମାଟିରେ ବେଶ୍ ଶକ୍ତିଶାଳୀ ଲାଗୁଥିଲେ ବି ଏଥର ବିନା ସ୍ମିଥ୍ ଓ ୱାର୍ଣ୍ଣରରେ ପଡ଼ିଆକୁ ଓହ୍ଲାଇବ। ୨୦୧୭ରେ ଟିମ୍ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି।

ଟି-ଟଣ୍ଟି ସିରିଜ
ନଭେମ୍ବର ୨୧,୨୩ ଓ ୨୫ ତାରିଖରେ ଟି-ଟ୍ୱଣ୍ଟି ମ୍ୟାଚ ହେବ । ୨୧ରେ ବ୍ରିସବୋନ,୨୩ରେ ମେଲବୋର୍ଣ୍ଣ ଓ ୨୫ ରେ ସିଡ଼ନୀରେ ମ୍ୟାଚ ଖେଳାଯିବ ।
ଟେଷ୍ଟ ସିରିଜ
ଉଭୟ ଦେଶ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଡ଼ିସେମ୍ବର ୬ରୁ୧୦ ମଧ୍ୟରେ ପ୍ରଥମ ଟେଷ୍ଟ ଆଡ଼ିଲେଡ଼ରେ ଖେଳାଯିବ । ସେହିପରି ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଡ଼ିସେମ୍ବର ୧୪ରୁ୧୮,ତୃତୀୟ ଟେଷ୍ଟ ମେଲବୋର୍ଣ୍ଣରେ ଡ଼ିସେମ୍ବର ୨୬ରୁ୩୦ ଓ ଚତ୍ରୁ୍ଥ ଟେଷ୍ଟ ସିଡ଼ନୀରେ ଜାନୁଆରୀ ୩ରୁ୭ ମଧ୍ୟରେ ଖେଳାଯିବ ।
ଦିନିକିଆ ସିରିଜ
ଜାନୁଆରୀ ୧୨,୧୫ ଓ୧୮ ତାରିଖରେ ଉଭୟ ଟିମ ମଧ୍ୟରେ ଦିନିକିଆ ମ୍ୟାଚ ହେବ । ୧୨ ତାରିଖରେ ସିଡ଼ନୀରେ ପ୍ରଥମ ଦିନିକିଆ ହେବାକୁ ଥିବା ବେଳେ ଆଡ଼ିଲେଡ଼ରେ ୧୫ ଓ ମେଲବୋର୍ଣ୍ଣରେ ୧୮ ତାରିଖରେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ଖେଳାଯିବ ।

Related posts

ସନ୍ୟାସ ନେଲେ ଜିମ୍ବାୱେ କ୍ରିକେଟ ଟିମର କ୍ୟାପଟେନ୍ ହାମିଲଟନ୍

Odisha Sports Bureau

ଅଗଷ୍ଟ ୨୫ରୁ ଆରମ୍ଭ ହେବ ଡଉ ୨୦୨୩ ଟିକେଟ ବିକ୍ରି

Odisha Sports Bureau

ମ୍ୟାଚ ପୂର୍ବରୁ ମହାକାଳଙ୍କ ଶରଣ ପଶିଲେ ଗୌତମ ଗମ୍ଭୀର…

Odisha Sports Bureau