Cricket

ସମୟ ଥିଲା ମଶ୍ଚିଦ୍ ରେ ଝାଡୁ ମାରୁଥିଲେ ଏହି କ୍ରିକେଟର, ଡେବ୍ୟୁ ମ୍ୟାଚରେ ହିଁ ଭାରତକୁ କରିଥିଲେ ‘ବିଶ୍ୱ ଚମ୍ପିଆନସିପ୍’

( ଓଡିଶା ସ୍ପୋର୍ଟ): ୟୁସୁଫ୍ ପଠାନ କ୍ରିକେଟ୍ ଇତିହାସର ଏକମାତ୍ର ଖେଳାଳୀ ଅଟନ୍ତି ଯିଏ ବିଶ୍ୱ କପ୍ ଫାଇନାଲରେ ଡେବ୍ୟୁ କରିଥିଲେ । ୟୁସୁଫ୍ ପଠାନ ୨୦୦୭ ରେ ପ୍ରଥମେ ଟି-୨୦ ବିଶ୍ୱ କପ୍ ର ଫାଇନାଲରେ ପାକିସ୍ତାନ ବିପକ୍ଷରେ ଓପନିଙ୍ଗ୍ କରି ନିଜର ଅନ୍ତଃରାଷ୍ଟ୍ରିୟ କ୍ରିକେଟ୍ ଜିବନୀ ଆରମ୍ଭ କରିଥିଲେ । ୟୁସୁଫ ପଠାନ୍ ନଭେମ୍ବର ୧୭ରେ ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ୱାନ୍ ଡେ ଏବଂ ଟି-୨୦ ରେ ୧୦୦ ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ଖେଳିଥିବା ୟୁସୁଫ୍ ଟିମ୍ ଇଣ୍ଡିଆର ଆକ୍ରମଣକାରି ବୋଲରଙ୍କ ମଧ୍ୟରେ ଗଣା ଯାଆନ୍ତି । କୁହାଯାଏ ୟୁସୁୁଫ ଶେଷ ଓଭରରେ ଯେତିକି ସ୍ପିଡ୍ରେ ରନ୍ ସଂଗ୍ରହ କରନ୍ତି ଅନ୍ୟ କେହି କରିପାରନ୍ତି ନାହିଁ ।

ଏମିତି ଏକ ସମୟ ଥିଲା ଯେତେବେଳେ ୟୁସୁୁଫ୍ ମଶ୍ଚିଦ୍ ରେ ଝାଡୁ ମାରୁଥିଲେ, ହେଲେ କ୍ରିକେଟ ପାଇଁ ତାଙ୍କର ଜୁନୁନ୍ କେବେ ବି ଶେଷ ହୋଇ ନ ଥିଲା । ଖାଲି ସମୟରେ ସେ ନିଜ ଭାଇ ଇରଫାନଙ୍କ ସହିତ କ୍ରିକେଟ୍ ପ୍ରାଟିସ୍ କରୁଥିଲେ । ସେ ଏବେ ସୁୁଦ୍ଧା ୫୭ ୱାନ୍ ଡେ ମ୍ୟାଚ୍ ଖେଳିସାରିଛନ୍ତି । ୫୭ ମ୍ୟାଚ୍ ର ୪୧ ପାରି ରେ ୟୁସୁଫ୍ ୧୧୩.୬୦ର ଷ୍ଟ୍ରାଇକ୍ ରେଟରେ ୮୧୦ ରନ୍ କରିଥିଲେ । ଏଥିରେ ସେ ୨ ଶତକ ଏବଂ ୩ ଅର୍ଦ୍ଧଶତକ ସଂଗ୍ରହ କରିଥିଲେ । ପଠାନ୍ ନିଜର ଅନ୍ତଃରାଷ୍ଟ୍ରିୟ ଖେଳର ଆରମ୍ଭ ଟି୨୦ରୁ ଆରମ୍ଭ କରିଥିଲେ । ୟୁସୁଫ ଏବେ ସୁଦ୍ଧା ୨୨ ଡି-୨୦ ମ୍ୟାଚ୍ ରେ ୧୪୬.୫୮ ର ଷ୍ଟ୍ରାଇକ୍ ରେଟ୍ ରେ ୨୩୬ ରନ୍ ସଂଗ୍ରହ କରିଛନ୍ତି । ତେବେ ଅନ୍ତରାଷ୍ଟ୍ରିୟ ଟି-୨୦ ରେ ତାଙ୍କର ଉଚ୍ଚତମ ସ୍କୋର ୩୭ରନ୍ ଅଟେ, କିନ୍ତୁ ସେ ଆପିଏଲ୍ ରେ ଶତକ ମଧ୍ୟ ମାରିସାରିଛନ୍ତି । ପଠାନଙ୍କ ସାହାଯ୍ୟରେ ରାଜସ୍ତାନ ରୟାଲସ୍ ଆଇପିଏଲ୍ ର ପ୍ରଥମ ସିରିଜ୍ ମଧ୍ୟ ଜିତି ସାରିଛନ୍ତି ।

Related posts

ଦୁଇଟି ନୂଆ ଦଳ ପାଇଁ ଅଧିନାୟକ ଘୋଷଣା କଲା ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ବେଙ୍ଗାଲୁରୁ ଦଳାଚକଟା ଘଟଣା ପାଇଁ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବୈଭବ ସୂର୍ଯ୍ୟବଂଶୀଙ୍କ ଟେକ୍‌ନିକ୍ ଉପରେ ଉଠିଲା ପ୍ରଶ୍ନ..

Odisha Sports Bureau