Cricket

ଟେଷ୍ଟ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା

(ଓଡିଶା ସ୍ପୋର୍ଟ): ଭାରତ ଇତିହାସ ରଚିବା ପରେ ଶ୍ରୀଲଙ୍କା ଦଳ ସମାନ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଯାଉଛି। ୧୯୮୮ଠାରୁ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଗସ୍ତ କରୁଥିଲେ ମଧ୍ୟ କଦାପି ଟେଷ୍ଟ ବିଜୟ ସ୍ବାଦ ଚାଖିନାହିଁ। ଏ ପର୍ୟ୍ୟନ୍ତ ୧୩ଟି ଟେଷ୍ଟ ମ୍ୟାଚ୍ ଖେଳିଛି। ସେଥିରୁ ୧୧ ମ୍ୟାଚ୍ରେ ପରାଜିତ ହୋଇଥିବାବେଳେ ୨ଟି ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଚଳିତ ମାସରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଲାଗି ବୁଧବାର ୧୬ ଜଣିଆ ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଏହି ଦଳରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ ବାଦ୍ ପଡ଼ିଛନ୍ତି। ଗତ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ବ୍ରିସବେନ ଓ କାନାବେରାଠାରେ ଏହି ଦୁଇଟି ମ୍ୟାଚ୍ ଖେଳାଯିବ।

Related posts

ସାଥି ଖେଳାଳିଙ୍କୁ ପାଣି ଯୋଗାଇ ବିରାଟ ସାଜିଛନ୍ତି ୱାଟର ବୟ

Odisha Sports Bureau

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୪ ରନ କରିଛି

Odisha Sports Bureau

ଦିଲ୍ଲୀକୁ ୨୨୪ରନର ଟାର୍ଗେଟ ଦେଲା ଚେନ୍ନାଇ