Cricket

କ୍ୟାପଟେନ୍ ପଦ ଛାଡ଼ିଲେ ହରମନପ୍ରୀତ

ଟିମ୍ ଇଣ୍ଡିଆ କ୍ୟାପଟେନ୍ ପଦ ଛାଡ଼ିଲେ ହରମନପ୍ରୀତ କୌର। ସବୁ ଫର୍ମାଟ କ୍ୟାପଟେନ୍ ପଦରୁ ଇସ୍ତଫା ଦେଲେ ହରମନପ୍ରୀତ। ଏନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ ହରମନପ୍ରୀତ। ଦୀର୍ଘ ଦିନ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର କ୍ୟାପଟେନ୍ ଥିଲେ। ନିକଟରେ ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ଲଗାତାର ଦ୍ୱିତୀୟ ଥର ଏସିଆନ୍ ଗେମ୍ସର ମହିଳା କ୍ରିକେଟ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ମିତାଲି ରାଜଙ୍କ ପରେ ହରମନପ୍ରୀତ କୌରଙ୍କୁ ଭାରତୀୟ ମହିଳା ଦଳର ନେତୃତ୍ୱ ଦାୟିତ୍ୱ ମିଳିଥିଲା। ଇନଷ୍ଟାଗ୍ରାମରେ ଗୋଟିଏ ଲମ୍ବା ପୋଷ୍ଟ କରି ବେଶ ଭାବବିହ୍ୱଳ ଢଙ୍ଗରେ ସେ କ୍ୟାପ୍ଟେନ ପଦକୁ ଅଲବିଦା କହିଛନ୍ତି ।

ନିଜ ଇନଷ୍ଟାଗ୍ରାମ୍ ହରମନପ୍ରୀତ କହିଛନ୍ତି: “ଆଜି ମୁଁ ଭାରତୀୟ ମହିଳା କ୍ରିକେଟ୍ ଟିମର ସମସ୍ତ ଫର୍ମାଟ୍ରୁ ଇସ୍ତଫା ଦେଉଛିଫ ଏହି ନିଷ୍ପତ୍ତି ମୋ ପାଇଁ ସହଜ ନଥିଲା। ଏହା ସହିତ ଅନେକ ବର୍ଷର ସ୍ମୃତି, ଭାବନା, ତ୍ୟାଗ ଏବଂ ଏମିତି ଅନେକ ମୁହୂର୍ତ୍ତ ଜଡ଼ିତ ଅଛି, ଯାହା ସାରା ଜୀବନ ମୋ ସହିତ ରହିବ। ମୋର ରକ୍ତ, ଝାଳ, ସମୟ ଏବଂ ଅନେକ ଥର ମୋ ଖେଳ ସହିତ ବ୍ୟକ୍ତିଗତ ଆକାଂକ୍ଷାକୁ ମଧ୍ୟ ପଛରେ ରଖିଛି। ଏମିତି ଅନେକ ସୁଯୋଗ ଆସିଛି, ଯେତେବେଳେ ମୋତେ ନିଜ ବ୍ୟକ୍ତିଗତ ପ୍ରଦର୍ଶନକୁ ପଛରେ ରଖିବାକୁ ପଡ଼ିଛି। କାରଣ ମୋର ବିଶ୍ୱାସ ଥିଲା ଯେ ଦଳ ସର୍ବପ୍ରଥମ।

୩୭ ବର୍ଷୀୟ ହରମନପ୍ରୀତ ପ୍ରଥମେ ୨୦୧୨ରେ ଅସ୍ଥାୟୀ ଭାବେ ଭାରତୀୟ ମହିଳା ଟିମର କମାଣ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ସେହି ବର୍ଷ ଭାରତ ମହିଳା ଟି-୨୦ ଏସିଆ କପ ଜିତିଥିଲା। ଏହାପରେ ୨୦୧୬ରେ ତାଙ୍କୁ ସ୍ଥାୟୀ ଭାବେ ମହିଳା କ୍ରିକେଟର ସବୁ ଫର୍ମାଟର କ୍ୟାପ୍ଟେନ ଭାବେ ନିଯୁକ୍ତି ମିଳିଥିଲା। ଆଉ ତାଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟରେ ଅନେକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ି ହୋଯାଇଥିଲା।

Related posts

ଗିରିଶ ପଡିଆରେ ସୋନି ସାଗର ଚାଲେଞ୍ଜ ଟ୍ରଫି ୨୦୨୩ ଅନୁଷ୍ଟିତ, ନିକିରାଇ ଟିମ୍କୁ ହରାଇ ସାନ ଇଲେଭେନ ଭୁବନେଶ୍ୱର ବିଜୟୀ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଲେ ହାସନ

Odisha Sports Bureau

୨୧ ବର୍ଷୀୟା ଖେଳାଳି ଶ୍ରୀ ଚରଣୀ ବିଶ୍ୱର ନମ୍ବର ୧ ବୋଲର