Cricket

ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ ୨୦୨୦ ଟୁର୍ଣ୍ଣାମେଣ୍ଟ  କାର୍ଯ୍ୟସୂଚୀ

(ଓଡିଶା ସ୍ପୋର୍ଟ): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ସକାଳୁ ପୁରୁଷ ଏବଂ ମହିଳା ଟି-୨୦ ବିଶ୍ୱକପ ପାଇଁ କ୍ରୀଡ଼ାସୂଚୀ ଜାରି କରିଛି । ପ୍ରଥମ ଥର ପାଇଁ ପୁରୁଷ ଏବଂ ମହିଳା ଟି-୨୦ ବିଶ୍ୱକପ ଗୋଟିଏ ବର୍ଷ ଏବଂ ଗୋଟିଏ ଦେଶରେ ଖେଳାଯିବ । ଉଭୟ ପୁରୁଷ ଏବଂ ମହିଳା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ବିଶ୍ୱର ବୃହତ୍ତ କ୍ରିକେଟ ଷ୍ଟାଡିୟମ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହି ବିଶ୍ଵ କପର ଆୟୋଜନ ଅଷ୍ଟ୍ରେଲିଆ କରିବ। ଟୂର୍ଣ୍ଣାମେଣ୍ଟର ମ୍ୟାଚ୍ ଅଷ୍ଟ୍ରେଲିଆର ୭ ସହରରେ ଖେଳାଯିବ। ଆଇସିସି ଅନୁସାରେ ପୁରୁଷ ବିଶ୍ଵ କପ ଅକ୍ଟୋବର ୧୮ ରୁ ଏହି ଟୂର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ନଭେମ୍ବର ୧୫ରେ ମେଲବର୍ଣ୍ଣରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ମହିଳା ଟି-୨୦ ବିଶ୍ଵ କପ ଫେବୃ଼ଆରୀ ୨୧ରୁ ମାର୍ଚ୍ଚ ୮ ମଧ୍ୟରେ ଖେଳାଯିବ।  ଏହାର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ ବିଶ୍ଵ ମହିଳା ଦିବସରେ ଖେଳାଯିବ। ଏହାର ସାତ ମାସ ପରେ ପୁରୁଷ ଟି-୨୦ ବିଶ୍ଵ କପ ଆୟୋଜିତ ହେବ।  ପ୍ରଥମ ଥର ପୁରୁଷ ଓ ମହିଳା ଟି-୨୦ ବିଶ୍ଵ କପ ଭିନ୍ନ ଭିନ୍ନ ସମୟରେ ଆୟୋଜିତ ହେଉଛି। ଏ ପର୍ୟ୍ୟନ୍ତ ଏହି ଟୂର୍ଣ୍ଣାମେଣ୍ଟ ଏକ ସଙ୍ଗେ ଆୟୋଜିତ ହୋଇ ଆସୁଥିଲା।

ମହିଳା ଟି-୨୦ ବିଶ୍ଵ କପର ସେମି ଫାଇନାଲ ଦ୍ଵୟ ମ୍ୟାଚ୍ ସିଡନୀ  କ୍ରିକେଟ୍ ଗ୍ରାଉଣ୍ଡରେ ଅଲଗା ଅଲଗା ଦିନରେ ଖେଳାଯିବ। ପୁରୁଷ ଟି-୨୦ ବିଶ୍ଵକପର ସେମି ଫାଇନାଲ ମ୍ୟାଚ୍ ସିଡନୀ ଓ ଆଡିଲେଡ୍  ଓଭାଲରେ ଖେଳାଯିବ । ଷ୍ଟାର ସ୍ପୋଟର୍ସ ଟିଭି ଚେନାଲ ଦ୍ୱାରା ସମସ୍ତ ମ୍ୟାଚ ପ୍ରସାରଣ ହେବ । ଆଇସିସି ମହିଳା ଟି-୨୦ ବିଶ୍ୱକପ ପାଇଁ ୨୦୧୯ ଫେବୃୟାରୀ ୨୧ ଠାରୁ ଟିକେଟ ବିକ୍ରି ହେବ । ଆଗ୍ରହୀ ବ୍ୟକ୍ତିମାନେ ଟି-୨୦ବିଶ୍ୱକପ ସାଇଟରେ ନିଜର ନାଁ ପଂଜିକରଣ କରିପାରିବେ ।

କେଉଁ ଗ୍ରୁପରେ କେଉଁ ଦଳ(ଯୋଗ୍ୟତା ପାଇଥିବା ଦଳ)

ଗ୍ରୁପ-ଏ: ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଓ୍ଵେଷ୍ଟଇଣ୍ଡିଜ

ଗ୍ରୁପ-ବି: ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ

ଭାରତୀୟ ପୁରୁଷ ଦଳର ମୁକାବିଲା

ଅକ୍ଟୋବର ୨୪: ଭାରତ ବନାମ ଦକ୍ଷିଣ ଆଫ୍ରିକା, ପର୍ଥ

ଅକ୍ଟୋବର ୨୯: ଭାରତ ବନାମ କ୍ଵାଲିଫାୟର-୧, ମେଲବର୍ଣ୍ଣ

ନଭେମ୍ଵର ୦୧: ଭାରତ ବନାମ ଇଂଲଣ୍ଡ, ମେଲବର୍ଣ୍ଣ

ନଭେମ୍ଵର ୦୫: ଭାରତ ବନାମ କ୍ଵାଲିଫାୟର-୨, ଆଡିଲେଡ

ନଭେମ୍ଵର ୦୮: ଭାରତ ବନାମ ପାକିସ୍ତାନ, ସିଡନୀ

Related posts

କ୍ରିକେଟ ବୋର୍ଡ଼ ଏନଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦ

Odisha Sports Bureau

ଆମେରିକାକୁ କ୍ରିକେଟ୍ ନିଶା

Odisha Sports Bureau

ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର

Leave a Comment