Cricket

ଭାରତ ସମ୍ମାନରେ ୧୫୯ ରନର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୮ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭର୍ରେ ୧୫୮ ରନ କରିଛି । ମାତ୍ର ୧୫ ରନ୍  ଘରୋଇ ଦଳ ଓ୍ଵିକେଟ୍ ହରାଇବା ଆରମ୍ଭ କରିଥିଲେ ମଧ୍ୟ ରନ୍ ସଂଗ୍ରହ ହାର କମି ନଥିଲା । ତେବେ ମଧ୍ୟଭାଗରେ ରଜ୍ ଟେଲର୍ ଓ କଲିନ୍ ଡି ଗ୍ରାଣ୍ଡହୋମ ଭାରତୀୟ ବୋଲର୍ଙ୍କୁ ଜୋରଦାର ଆକ୍ରମଣ କରି ରନ୍ ସଂଗ୍ରହର ବେଗକୁ ଆହୁରି ବଢ଼ାଇ ଦେଇଥିଲେ । ତେବେ ୨୮ ବଲ୍ରୁ ଠିକ୍ ୫୦ ରନ୍ (୧ ଚୌକା, ୪ ଛକା) କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଆଉଟ୍ କରିଥିଲେ । ଟେଲର ୪୨ ରନ୍ କରି ରନ୍ ଆଉଟ୍ ହୋଇ ଯାଇଥିଲେ । (୩୬ ବଲ୍, ୩ ଚୌକା) ।

ଭାରତୀୟ ବୋଲରଙ୍କ ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ୪ ଓଭର୍ରେ ମାତ୍ର ୨୩ ରନ୍ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ । ସେ ମ୍ୟାଚ୍ର ଷଷ୍ଠ ଓଭରରେ କଲିନ୍ ମନରୋ ଓ ଡାରିଲ ମିଚେଲଙ୍କ ଓ୍ଵିକେଟ୍ ଦଖଲ କରିଥିଲେ । ଶେଷ ଓଭରରେ ଖଲିଲ ଅହମଦ ୨ଟି ଓ୍ଵିକେଟ୍ ନେବା ଫଳରେ ନ୍ୟୁଜିଲାଣ୍ଡ ୧୫୮ ରନ୍ କରି ପାରିଥିଲା ।

Related posts

ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ସଦସ୍ୟ ତାଲିକା ପ୍ରକାଶ ଗ୍ରେଡ୍-ଏ ପ୍ଲସରେ ଜାଦେଜା ଓ ଅକ୍ଷର ପଟେଲ

Odisha Sports Bureau

ଋଷଭଙ୍କ ପୁନର୍ଜନ୍ମ,ସୋସିଆଲ ମିଡିଆରେ ଲେଖିଲେ ଦ୍ୱିତୀୟ ଜନ୍ମ ତରିକା

ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ 

Leave a Comment