Cricket

ଭାରତ ସମ୍ମାନରେ ୧୫୯ ରନର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୮ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭର୍ରେ ୧୫୮ ରନ କରିଛି । ମାତ୍ର ୧୫ ରନ୍  ଘରୋଇ ଦଳ ଓ୍ଵିକେଟ୍ ହରାଇବା ଆରମ୍ଭ କରିଥିଲେ ମଧ୍ୟ ରନ୍ ସଂଗ୍ରହ ହାର କମି ନଥିଲା । ତେବେ ମଧ୍ୟଭାଗରେ ରଜ୍ ଟେଲର୍ ଓ କଲିନ୍ ଡି ଗ୍ରାଣ୍ଡହୋମ ଭାରତୀୟ ବୋଲର୍ଙ୍କୁ ଜୋରଦାର ଆକ୍ରମଣ କରି ରନ୍ ସଂଗ୍ରହର ବେଗକୁ ଆହୁରି ବଢ଼ାଇ ଦେଇଥିଲେ । ତେବେ ୨୮ ବଲ୍ରୁ ଠିକ୍ ୫୦ ରନ୍ (୧ ଚୌକା, ୪ ଛକା) କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଆଉଟ୍ କରିଥିଲେ । ଟେଲର ୪୨ ରନ୍ କରି ରନ୍ ଆଉଟ୍ ହୋଇ ଯାଇଥିଲେ । (୩୬ ବଲ୍, ୩ ଚୌକା) ।

ଭାରତୀୟ ବୋଲରଙ୍କ ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ୪ ଓଭର୍ରେ ମାତ୍ର ୨୩ ରନ୍ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ । ସେ ମ୍ୟାଚ୍ର ଷଷ୍ଠ ଓଭରରେ କଲିନ୍ ମନରୋ ଓ ଡାରିଲ ମିଚେଲଙ୍କ ଓ୍ଵିକେଟ୍ ଦଖଲ କରିଥିଲେ । ଶେଷ ଓଭରରେ ଖଲିଲ ଅହମଦ ୨ଟି ଓ୍ଵିକେଟ୍ ନେବା ଫଳରେ ନ୍ୟୁଜିଲାଣ୍ଡ ୧୫୮ ରନ୍ କରି ପାରିଥିଲା ।

Related posts

ଶୁକ୍ରବାର ୩ଟି ଗେମ୍, ୬ଦଳ ମଧ୍ୟରେ ଳଢେଇ

Odisha Sports Bureau

ଦେଶର ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ

Odisha Sports Bureau

ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

Odisha Sports Bureau