Football

କଳିଙ୍ଗ ଷ୍ଟାଡିୟମରେ ମିଆଁମାର ବିଜୟୀ

(ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ଗୋଲଡ କପ ମହିଳା ଫୁଟବଲ ପ୍ରତିଯୋଗିତାର ମିଆଁମାର ବିଜେତା ହୋଇଛି। ଶୁକ୍ରବାର ଫାଇନାଲରେ ମିଆଁମାର ୩-୧ ଗୋଲରେ ନେପାଳକୁ ପରାସ୍ତ କରି ଅପରାଜେୟ ରହିଥିଲା। ବିଜେତା ଟ୍ରଫି ସହ ମିଆଁମାର ୭ ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ରାଶି ମଧ୍ୟ ପ୍ରଧାନ କରାଯାଇଥିଲା । ୧୭ ମିନିଟରେ ମିଆଁମାରକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ୩୪ତମ ମିନିଟରେ ୟି ୟି ଓ’ଙ୍କ ଗୋଲରେ ମିଆଁମାର ଆଗୁଆ ହୋଇଯାଇଥିଲା। ହେଲେ ପ୍ରଥମାର୍ଧର ଶେଷ ମିନିଟରେ ନେପାଳ ଏହି ଗୋଲଟିକୁ ଶୁଝି ଦେଇଥିଲା। ମଧ୍ୟଭାଗ ଖେଳାଳି ମଞ୍ଜଳି କୁମାରୀ ୟୋନଜାନ (୪୫ ମିନିଟ୍)ଙ୍କ ଗୋଲରେ ସ୍ଥିତି ୧-୧ ଆଣି ମିଆଁମାର ଉପରେ ଚାପ ପକାଇଥିଲା। ଦ୍ବିତୀୟାର୍ଧରେ ୱିନ ଥେଙ୍ଗି ତୁନ (୫୩ ମିନିଟ୍)ଙ୍କ ଗୋଲରେ ମିଆଁମାର ପୁଣି ଆଗୁଆ ହୋଇଯାଇଥିଲା। ୬୨ତମ ମିନିଟରେ ୟି ୟି ଓ’ ବ୍ୟକ୍ତିଗତ ଦ୍ବିତୀୟ ଗୋଲ ଦେବା ସହ ଦଳକୁ ୩-୧ରେ ଆଗୁଆ କରିଥିଲେ। ଏହାପରେ ନେପାଳ ବହୁ ଚେଷ୍ଟା କରି ମଧ୍ୟ ଗୋଲ୍ ଦେଇପାରିନଥିଲା।

ଉଦ୍ୟାପନୀ ଉତ୍ସବରେ ଅତିଥି ଭାବେ ଉନ୍ନୟନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଳ ଦେବ, ଏଆଇଏଫ୍ଏଫ୍ର ମହାସଚିବ କୁଶାଲ ଦାସ ଏବଂ ବୈଷୟିକ ଅଧିକାରୀ ଅଭିଷେକ ଯାଦବ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

Related posts

ଛୋଟ ଭୁଲ ସବୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବ: ଷ୍ଟୁଆର୍ଟ ବାକ୍ସଟର

Odisha Sports Bureau

ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଭଂଜସେନାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Odisha Sports Bureau

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

Odisha Sports Bureau