Hockey

ଫେବୃଆରୀ ୧୮ ରୁ ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ

(ଓଡିଶା ସ୍ପୋର୍ଟ): ବେଙ୍ଗାଲୁରୁରେ ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ ପାଇଁ ଜାତୀୟ ଟିମର କ୍ୟାମ୍ପ ଆରମ୍ଭ ହେବ। ଫେବୃଆରୀ ୧୮ରେ କ୍ୟାମ୍ପ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ।ଏଥିପାଇଁ ଆଜି ହକି ଇଣ୍ଡିଆ ୩୪ ଜଣ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ୩୪ ଜଣିଆ ତାଲିକାରେ ୪ ଜଣ ଓଡ଼ିଆ ରହିଛନ୍ତି। ହକି ବିଶ୍ୱକପ ଟିମରେ ଥିବା ଓଡ଼ିଶାର ଦୁଇ ତାରକା ହକି ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହ ସୁମନ ବେକ ଏବଂ ଶିଳାନନ୍ଦ ଲାକ୍ରା ରହିଛନ୍ତି।

ଏହି ୩୪ ଜଣ ଖେଳାଳିଙ୍କ ମଧ୍ୟରୁ ପ୍ରଥମେ୧୫ ଜଣଙ୍କୁ ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଥିବା ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ ପାଇଁ ବଛାଯିବ। ହକି ହଣ୍ଡିଆ ଭୁବନେଶ୍ୱର ଠାରେ ଶେଷ ହୋଇଥିବା ବିଶ୍ୱକପ ଦଳରେ ଥିବା ସମସ୍ତ ୧୮ ଜଣ ଖେଳାଳିଙ୍କୁ ଏହି କ୍ୟାମ୍ପ ପାଇଁ ତାଲିକାରେ ସାମିଲ କରିଛି।

ସେହିପରି ବିଶ୍ୱକପ ଟିମରେ ନଥିବା ଏସଭି ସୁନୀଲ, ରମଣଦୀପ ସିଂହ ଓ ରୁପିନ୍ଦର ପାଲଙ୍କୁ କ୍ୟାମ୍ପରେ ସାମିଲ କରାଯାଇଛି। ଏହି ୩୪ ଜଣିଆ ତାଲିକାରେ ୩ ଜଣ ଗୋଲକିପର ରହିଛନ୍ତି।

Related posts

ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଓଡିଶାର ସବୁ ଜିଲ୍ଲା ବୁଲିବ ଟ୍ରଫି

Odisha Sports Bureau

ହକି ଇଣ୍ଡିଆ ଲିଗର ନୂଆ ଅବତାର

ଅଲିମ୍ପିକ ବିଜେତା ରାଘବୀର ସିଂ ଭୋଲଙ୍କ ବିୟୋଗ

Odisha Sports Bureau