Cricket

ପୁଣି ଆହତ ହେଲେ ହାର୍ଦ୍ଦିକ, ଅଷ୍ଟ୍ରେଲିଆ-ଏ ସିରିଜରୁ ବାଦ୍

ଟିମ୍ ଇଣ୍ଡିଆକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପୁଣି ଅଟକିଛି। ଆହତ ସମସ୍ୟା ଯୋଗୁଁ ଅଷ୍ଟ୍ରେଲିଆ-ଏ ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି ହାର୍ଦ୍ଦିକ। ରିପୋର୍ଟ ଅନୁସାରେ, ନୂଆ ଆହତ କାରଣରୁ ତାଙ୍କୁ ପ୍ରାୟ ୧୫ ଦିନ ବିଶ୍ରାମ ପାଇଁ କୁହାଯାଇଛି। ପୁଡୁଚେରୀରେ ଅକ୍ଟୋବର ୬ରୁ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଭାରତ-ଏର ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଏଥିପାଇଁ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରାଯାଇଥିଲେ ମଧ୍ୟ ତାଙ୍କ ଖେଳିବା ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରୁଥିଲା।

Hardik Pandya Set To Miss One-Day Series Against Australia A, Doubtful For New Zealand T20Is | Cricket News - News18

 

ଦୀର୍ଘଦିନ ଧରି ଆହତ ସମସ୍ୟା ଯୋଗୁଁ ହାର୍ଦ୍ଦିକ ପ୍ରତିଯୋଗିତାମୂଳକ କ୍ରିକେଟରୁ ଦୂରରେ ରହିଛନ୍ତି। ରିହାବ୍ ସମୟରେ ମଧ୍ୟ ସେ ଫିଟନେସ୍ ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି। ଅଷ୍ଟ୍ରେଲିଆ-ଏ ସିରିଜରୁ ବାଦ୍ ପଡ଼ିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜରେ ହାର୍ଦ୍ଦିକଙ୍କ ଉପଲବ୍ଧତା ନେଇ ମଧ୍ୟ ଅନିଶ୍ଚିତତା ବଢ଼ିଛି। ନୂଆ ଆହତରୁ ସେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ହିଁ ତାଙ୍କ ଖେଳିବା ନେଇ ସ୍ପଷ୍ଟତା ଆସିବ। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତୀୟ ଦିନିକିଆ ଓ ଟି-୨୦ ଦଳରେ ମଧ୍ୟ ହାର୍ଦ୍ଦିକଙ୍କୁ ସ୍ଥାନ ମିଳିନାହିଁ। ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେଉଛି।

Related posts

ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଦଳର ସହାୟକ କୋଚ୍ ହେବେ ମହମ୍ମଦ କୈଫ

Odisha Sports Bureau

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ମ୍ୟାଚ

Odisha Sports Bureau

ଫିଲ୍ଡିଂ ନୈରାଶ୍ୟଜନକ, ୪୭.୫ ଓଭରରେ କଙ୍ଗାରୁ ବିଜୟୀ

Odisha Sports Bureau