ବାଗେଶ୍ୱର ଧାମରେ ପହଞ୍ଚିଛନ୍ତି ଆର୍ଯ୍ୟବୀର। ତାଙ୍କ ଆଗମନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଧ୍ୟାତ୍ମିକ ପରିବେଶରେ ତାଙ୍କ ଉପସ୍ଥିତିକୁ ନେଇ ଅନେକଙ୍କ ମଧ୍ୟରେ କୌତୂହଳ ବଢ଼ିଛି। ବାଗେଶ୍ୱର ଧାମ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଅବସ୍ଥିତ। ଏହି ଧାମ ବାବା ବାଗେଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ପାଇଁ ବେଶ୍ ପରିଚିତ। ଏଠାକୁ ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଆଗମନ ହୋଇଥାଏ। କ୍ରିକେଟ୍ ଜଗତରୁ ଆସିଛି ଏକ ଭିନ୍ନ ଖବର। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ନିଜର ଦୁଇ ପୁଅ ଆର୍ଯ୍ୟବୀର ଓ ବେଦାନ୍ତଙ୍କ ସହ ବାଗେଶ୍ୱର ଧାମରେ ପହଞ୍ଚିଛନ୍ତି। ଧାମରେ ପହଞ୍ଚିବା ପରେ ସେମାନେ ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଭେଟିଥିଲେ ଏବଂ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ।

ତେବେ ଏହି ଗସ୍ତ ପଛରେ ରହିଛି ଏକ ବିଶେଷ କାରଣ। ନିକଟରେ ଅଣ୍ଡର-୧୯ ଏସିଆ କପ୍ରେ ଆର୍ଯ୍ୟବୀରଙ୍କ ଦମ୍ଦାର ପ୍ରଦର୍ଶନ ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛି। ଟୁର୍ଣ୍ଣାମେଣ୍ଟରେ ତାଙ୍କର ଉଲ୍ଲେଖନୀୟ ରନ୍ ସଂଗ୍ରହ ଭାରତର ବିଜୟ ଅଭିଯାନକୁ ମଜଭୁତ କରିଥିଲା। ଫାଇନାଲ୍ରେ ପାକିସ୍ତାନ ବିପକ୍ଷରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ସଫଳତା ପରେ ପୁଅଙ୍କୁ ନେଇ ବାଗେଶ୍ୱର ଧାମରେ ପହଞ୍ଚିଥିଲେ ସେହୱାଗ। ଏବେ ଏହି ଗସ୍ତର ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ବଢ଼ିଛି।
