Cricket

IPLରୁ ଅବସର ପରେ କେକ୍ କାଟି ସେଲିବ୍ରେସନ୍ କଲେ ଧୋନି, ଭାବପ୍ରବଣ ହେଲେ ଫ୍ୟାନ୍ସ !

IPLରେ ଶେଷ ହେଲା ମାହିଙ୍କ ଖେଳାଳି ଜୀବନର ଏକ ସ୍ମରଣୀୟ ଅଧ୍ୟାୟ । ଆଉ ଏହି ବିଦାୟର ମୁହୂର୍ତ୍ତକୁ ଦୁଃଖରେ ନୁହେଁ, ବରଂ ହସଖୁସିରେ ପାଳନ କରିଛନ୍ତି ମହେନ୍ଦ୍ର ସିଂ ଧୋନି । IPLରୁ ଅବସର ଘୋଷଣା ପରେ କେକ୍ କାଟି ସେଲିବ୍ରେସନ୍ କରିଛନ୍ତି କ୍ୟାପଟେନ୍ କୁଲ୍ । ଏହି ଖାସ୍ ମୁହୂର୍ତ୍ତକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ବର୍ଷ ଧରି IPLରେ ନିଜର ଦମଦାର ପ୍ରଦର୍ଶନ ଓ ଅସାଧାରଣ ନେତୃତ୍ୱ ବଳରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଧୋନି ।

Dhoni marks IPL retirement with a cake-cutting celebration

ବିଶେଷ କରି ଚେନ୍ନାଇ ସୁପର କିଙ୍ଗ୍ସ ସହ ତାଙ୍କର ସମ୍ପର୍କ କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ମନେ ରହିବ । ଧୋନିଙ୍କ ଏହି ସେଲିବ୍ରେସନ୍ ଦର୍ଶାଉଛି ଯେ, ସେ ନିଜର ଏହି ନୂଆ ଅଧ୍ୟାୟକୁ ହସି ହସି ସ୍ୱାଗତ କରୁଛନ୍ତି । ତେବେ ଖେଳାଳି ଭାବେ ମାହିଙ୍କ ଯାତ୍ରା ଶେଷ ହେଲେ ମଧ୍ୟ CSK ସହ ତାଙ୍କ ସମ୍ପର୍କ ଜାରି ରହିବ । ମଇଦାନରେ ମାହିଙ୍କ ଛକା ଆଉ ଦେଖିବାକୁ ମିଳିବନି, ହେଲେ ପ୍ରଶଂସକଙ୍କ ହୃଦୟରେ ସେ ସବୁବେଳେ ରାଜ୍ କରିବେ ।

Related posts

ଆଇପିଏଲରୁ ଅବସର ପରେ ଏମଏସ ଧୋନୀଙ୍କୁ ମିଳିଲା ନୂଆ ଦାୟିତ୍ୱ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡରେ ପୁରୁଷ ଦଳ ଭଳି ଭାରତୀୟ ମହିଳା ଦଳର ଶୋଚନୀୟ ପରାସ୍ତ

Odisha Sports Bureau

ବିବାଦରେ ସନରାଇଜର୍ସ ଲିଡ୍ସ, ‘ଦ ହଣ୍ଡ୍ରେଡ’ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣି ଏବେ ଚିନ୍ତାରେ

Odisha Sports Bureau