Uncategorized

ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସର ମାଲିକାନାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସର ମାଲିକାନାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଦଳର ସହ-ମାଲିକ ଜୟ ମେହେଟ୍ଟା ନିଜ ଅଂଶଧନର ଅଧା ବିକ୍ରି କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁଯାୟୀ, ଜୟ ମେହେଟ୍ଟା ନିଜର ୪୫ ପ୍ରତିଶତ ଅଂଶଧନରୁ ୨୨.୫ ପ୍ରତିଶତ ଆମେରିକୀୟ ନିବେଶକ କମ୍ପାନି ଆରେସ୍‌ ମ୍ୟାନେଜମେଣ୍ଟକୁ ବିକ୍ରି କରିବେ।

IPL 2023 | How Kolkata Knight Riders can qualify for Indian Premier League  Playoffs

ଏହି ଡିଲ୍‌ର ମୂଲ୍ୟ ପ୍ରାୟ ୩ ହଜାର ୭୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ଫଳରେ କେକେଆର୍‌ର ମୋଟ ମୂଲ୍ୟ ପ୍ରାୟ ୧୬ ହଜାର ୬୩୪ କୋଟି ଟଙ୍କାରେ ପହଞ୍ଚିବ। ଖାସ୍‌ କଥା ହେଉଛି, ଏହି ଆରେସ୍‌ ମ୍ୟାନେଜମେଣ୍ଟ ଚେଲ୍ସି ଫୁଟବଲ୍‌ କ୍ଲବ୍‌ ଏବଂ ଏନ୍‌ଏଫ୍‌ଏଲ୍‌ ଦଳ ମିଆମି ଡଲଫିନ୍ସର ମାଲିକାନା ସହ ଜଡ଼ିତ।

IPL side KKR interested in buying franchise in The Hundred if tournament  expands - BBC Sport

ଅନ୍ୟପଟେ କେକେଆର୍‌ରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ୫୫ ପ୍ରତିଶତ ଅଂଶଧନ ରହିଛି। ଏହି ଅଂଶଧନରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୦୦୭ ମସିହାରେ ଶାହାରୁଖ ଖାନ୍‌, ଜୁହି ଚାୱଲା ଏବଂ ଜୟ ମେହେଟ୍ଟା ମିଶି ଏହି ଫ୍ରାଞ୍ଚାଇଜ୍‌ କିଣିଥିଲେ।

Kolkata Knight Riders - YouTube

ତେବେ ଏହି କାରବାର ପାଇଁ ବିସିସିଆଇର ଅନୁମୋଦନ ଜରୁରୀ। ନୂଆ ନିବେଶକଙ୍କ ପୃଷ୍ଠଭୂମି ଯାଞ୍ଚ ପରେ ହିଁ ଚୁକ୍ତିକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିବ। ନିୟମ ଅନୁଯାୟୀ, ଏହି କାରବାରର ୫ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୨୦୦ କୋଟି ଟଙ୍କା ବିସିସିଆଇ ପାଇବ ବୋଲି ରିପୋର୍ଟରେ ଦାବି କରାଯାଇଛି।

Kolkata Knight Riders: Full List Of All Retained And Released Players By KKR  For IPL 2027, Purse Remaining | Cricket News

Related posts

ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Odisha Sports Bureau

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଏଫ୍‌ସି ଜର୍ସି ଉପହାର

Odisha Sports Bureau