Uncategorized

ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଏଫ୍‌ସି ଜର୍ସି ଉପହାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଏଫ୍‌ସି ଜର୍ସି ଉପହାର | ଇଣ୍ଡିଆନ ସୁପର ଲିଗର ୨୦୨୩-୨୪ ସଂସ୍କରଣ ଓ ଏଏଫ୍‌ସି କପ୍‌ରେ ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ଅଂଶଗ୍ରହଣ କରୁଛି। ତେଣୁ ଏହି ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଓଡ଼ିଶା ଏଫସି ପକ୍ଷରୁ ତାଙ୍କୁ ଏକ ଜର୍ସି ଉପହାର ଦିଆଯାଇଛି। ଏହି ଅବସରରେ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେରା, ଅଧିନାୟକ ତଥା ଗୋଲକିପର ଅମ୍ରିନ୍ଦର ସିଂହ ଓ ଓଡ଼ିଆ ଖେଳାଳି ଟଙ୍କଧର ବାଗ୍‌ ଉପସ୍ଥିତ ଥିଲେ। ଗତ ସଂସ୍କରଣରେ ଓଡ଼ିଶା ଏଫ୍‌ସିର ଦମ୍‌ଦାର ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଏଫସିକୁ ଅଭିନନ୍ଦନ ଜଣାଇଥିଲେ। ଫୁଟବଲ୍‌କୁ ସହାୟତା ଯୋଗାଉଥିବାରୁ ତଥା ଖେଳାଳିଙ୍କ ପାଇଁ ଶ୍ରେଷ୍ଠ ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ଦଳର ପ୍ରଶିକ୍ଷକ ଓ ଅଧିନାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related posts

ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ଆୟୁଷ୍

Odisha Sports Bureau

ବିଶ୍ୱକପ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କଲା ପୋଲିସ

Odisha Sports Bureau

ନୋଭାକ ଜୋକୋଭିଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ

Odisha Sports Bureau