Wrestling

WWE ଷ୍ଟାର୍ ବ୍ରନ୍‌ସନ୍ ରିଡ୍‌ଙ୍କ ପରଲୋକ, ୩୮ ବର୍ଷରେ ବୁଜିଲେ ଆଖି

ରିଙ୍ଗ୍‌ରେ ଯାହାଙ୍କ ଗର୍ଜନରେ ଥରହର ହେଉଥିଲେ ପ୍ରତିପକ୍ଷ, ଆଜି ସେହି ଷ୍ଟାର୍‌ଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ପୂରା WWE ଜଗତ! ମାତ୍ର ୩୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ WWE ରେସଲର୍ ବ୍ରନ୍‌ସନ୍ ରିଡ୍। ତାଙ୍କ ଅସଲି ନାଁ ଜର୍ମେନ୍ ହେଲି। ଏହି ଦୁଃଖଦ ଖବର WWE ପକ୍ଷରୁ ଘୋଷଣା କରାଯାଇଛି। WWEର ସୂଚନା ଅନୁସାରେ, ଚିକିତ୍ସାଜନିତ ଜଟିଳତା ଯୋଗୁଁ ତାଙ୍କର ପରଲୋକ ହୋଇଛି। ତେବେ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କମ୍ପାନୀ ପକ୍ଷରୁ ଅଧିକ ତଥ୍ୟ ଦିଆଯାଇନାହିଁ।

WWE star Bronson Reed dies at 38, weeks after competing at Crown Jewel -  India Today

ଅଷ୍ଟ୍ରେଲିଆରେ ଜନ୍ମିତ ବ୍ରନ୍‌ସନ୍ ୨୦୧୯ରେ WWEରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ନିଜର ଶକ୍ତିଶାଳୀ ଶରୀର ଓ ଜବରଦସ୍ତ ରେସଲିଂ ଷ୍ଟାଇଲ୍ ପାଇଁ ସେ ବେଶ୍ ପରିଚିତ ଥିଲେ। ୨୦୨୪ରେ ଆନ୍ଦ୍ରେ ଦ ଜାଏଣ୍ଟ ମେମୋରିଆଲ୍ ବ୍ୟାଟଲ୍ ରୟାଲ୍ ଜିତିଥିଲେ। ତାଙ୍କର ଶେଷ ଉପସ୍ଥିତି ନଭେମ୍ବର ୭ରେ ସାଉଦି ଆରବରେ ଆୟୋଜିତ କ୍ରାଉନ୍ ଜୁଏଲ୍ ଇଭେଣ୍ଟରେ ଥିଲା। ତାଙ୍କ ପତ୍ନୀ ପେଜ୍ ଓ ପରିବାରକୁ ନେଇ WWE ଗଭୀର ସମବେଦନା ଜଣାଇଛି। ରିଙ୍ଗ୍‌ରେ ତାଙ୍କର ସେହି ଦମ୍‌ଦାର ଅନ୍ଦାଜ୍ ଆଉ ଦେଖିବାକୁ ମିଳିବନି। ଅତି କମ୍ ବୟସରେ ଜଣେ ଦକ୍ଷ ରେସଲର୍‌ଙ୍କୁ ହରାଇଛି କ୍ରୀଡ଼ା ଜଗତ।

Related posts

ବ୍ୟକ୍ତିଗତ କୁସ୍ତି ବିଶ୍ୱକପରେ ଭାଗ ନେବେ ସାକ୍ସି ମଲିକଙ୍କ ସମେତ ୨୪ ଜଣ ଭାରତୀୟ କୁସ୍ତିଯୋଦ୍ଧା

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୋଲିସର ଅତ୍ୟାଚାର; ଭାଇରାଲ ହେଉଛି ଭିଡିଓ

ବିଜେପିର ପ୍ରଭାବଶାଳି ନେତା ବ୍ରିଜଭୂଷଣଙ୍କ ପାଖରେ ରହିଛ ୫୦ରୁ ଅଧିକ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ହୋଟେଲ

Odisha Sports Bureau