Cricket

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

ଆଇସିିସି ଦିନିକିଆ ତାଲିକା ପ୍ରକାଶ ପାଇଛି । ଆଇସିସି ଦିନିକିଆ ରାଙ୍କିଂରେ ତିନି ଭାରତୀୟ ବ୍ୟାଟର ଅଛନ୍ତି । ଏହି ତାଲିକାରେ ଟପ-୨ରେ ଭାରତୀୟ ଓପନର ଶୁଭମନ ଗିଲ ଅଛନ୍ତି । ୨୦୧୯ ଜାନୁଆରୀ ପରେ ଏହା ପ୍ରଥମ ଥର ଯେବେ ଦିନିକିଆ ରାଙ୍କିଂର ଟପ୍ ୧୦ରେ ପହଞ୍ଚିଛନ୍ତି ଭାରତର ୩ ବ୍ୟାଟର । ଗିଲଙ୍କ ବ୍ୟତୀତ ତାରକା ବ୍ୟାଟର ବିରାଟ କୋହଲି ୮ମ ଓ କ୍ୟାପଟେନ ରୋହିତ ଶର୍ମା ୯ମ ସ୍ଥାନରେ ରହିଛନ୍ତି । ୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ଆଇସିସି ରାଙ୍କିଂର ଟପ୍ ୧୦ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।

୨୦୧୯ ଜାନୁଆରୀ ରେ ପ୍ରକାଶିତ ଦିନିକିଆ ରାଙ୍କିଂରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଶିଖର ଧୱନ ଟପ-୧୦ରେ ରହିଥିଲେ । ସଦ୍ୟ ପ୍ରକାଶିତ ରାଙ୍କିଂରେ ୮୬୩ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ । ବାବର ମୋଟ ୮୬୩ ପଏଣ୍ଟ ସହ ରାଙ୍କିଙ୍ଗର ୧ ନଂ ସ୍ଥାନରେ ଓ ଗିଲ୍ ୭୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Related posts

ଅଷ୍ଟ୍ରେଲିଆ ସିରିଜ୍ ହୋଇ ପାରେ ଶେଷ ସରିଜ

Odisha Sports Bureau

ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ

Odisha Sports Bureau

ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ, ପ୍ଲେଇଂ ୧୧ରେ ବଡ଼ ପରିବର୍ତ୍ତନ

Odisha Sports Bureau