Cricket

ଭାରତ ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ପୁରୁଷ ବିଶ୍ୱକପ । ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସମସ୍ତଙ୍କ ନଜର ବିଶ୍ୱକପ ଉପରେ । ମୋଟ ୧୨ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ବେଳେ ଚିର ପ୍ରତିଦ୍ୱନ୍ଦି ଭାରତ ଏବଂ ପାକିସ୍ତାନ ଏବେ ପୁଣି କ୍ରିକେଟ ମଇଦାନରେ ଖେଳୁଥିବାର ନଜର ଆସିବେ । ଉଭୟ ଦଳ ଗୋଟିଏ ଗୃପରେ ସ୍ଥାନ ପାଇଥିବାରୁ ଲିଗ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।
କ୍ରିକେଟ ଜଗତର ୨ ମାରମ୍ପରିକ ପ୍ରତିଦ୍ବନ୍ଦୀ କୁହାଯାଉଥିବା ଭାରତ ଏବଂ ପାକିସ୍ତାନ କ୍ରିକେଟ ଟିମ ଗ୍ରୁପ୍-ବି ରେ ରହିଛନ୍ତି । ଓମାନ ଏବଂ ୟୁଏଇରେ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ଯାଏଁ ଆୟୋଜିତ ହେବାକୁ ଯାଉଛି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ତେବେ ଗ୍ରପ୍ ବି ରେ ଭାରତ ଏବଂ ପାକିସ୍ତାନ ବ୍ୟତିତ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସମେତ ଆଉ ୨ଟି ଟିମ ରହିବେ । ଏ ନେଇ ICC ଘୋଷଣା କରିଛି ।

Related posts

ଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କର

ପୁରୀରେ ଆୟୋଜିତ ନୂଆ ଓ’ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା

Odisha Sports Bureau

PCBକୁ ICCର ବଡ଼ ଝଟକା, ୪ଟି ଯାକ ଦାବିକୁ କଲା ପ୍ରତ୍ୟାଖ୍ୟାନ

Odisha Sports Bureau