Athletics

ଇତିହାସ ରଚିଲେ ଗୁଲ୍ଭୀର, ଭାରୋତ୍ତୋଳନରେ ଚମକିଲେ ହରଜିନ୍ଦର

ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି । ପ୍ରଥମ ଛଅ ଦିନରେ ଦମଦାର ପ୍ରଦର୍ଶନ କରି ଭାରତ ୧୨ଟି ପଦକ ହାସଲ କରିଛନ୍ତି ଖେଳାଳିମାନେ । ଗେମ୍ସର ଷଷ୍ଠ ଦିନରେ ଭାରତ ଆଉ ଦୁଇଟି ରୌପ୍ୟ ପଦକ ଜିତିଛି । ଏହି ଦୁଇଟି ପଦକ ସହ ଭାରତ ଖାତାରେ ପଦକ ସଂଖ୍ୟା ୧୨ରେ ପହଞ୍ଚିଛି । ଯେଉଁଥିରେ ୨ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ସାମିଲ ରହିଛି ।

CWG 2026: Your One-Stop Guide To The 23rd Commonwealth Games #commonwealth  #sportsnews

୨୭ ବର୍ଷୀୟ ଭାରତୀୟ ଧାବକ ଗୁଲବୀର ସିଂ ପୁରୁଷ ୧୦୦୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଦେଶ ପାଇଁ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ସେ କମନୱେଲଥ୍ ଗେମ୍ସ ଇତିହାସରେ ପୁରୁଷ ୧୦୦୦୦ ମିଟର ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ଆଥଲେଟ୍ ବନିଯାଇଛନ୍ତି ।

No photo description available.

ସେହିପରି ମହିଳା ଭାରୋତ୍ତୋଳନରେ ହରଜିନ୍ଦର କୌର ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ହରଜିନ୍ଦର ସ୍ନାଚ୍ ଏବଂ କ୍ଲିନ୍ ଆଣ୍ଡ ଜର୍କ ଉଭୟ ରାଉଣ୍ଡରେ ଅତ୍ୟନ୍ତ ସଂଯମତା ଓ ଆତ୍ମବିଶ୍ୱାସର ସହ ପ୍ରଦର୍ଶନ କରିଥିଲେ ଏବଂ କୌଣସି ଚାପ ନଥାଇ ମୋଟ ୨୨୭ କିଲୋଗ୍ରାମ ଓଜନ ଉଠାଇ ପୋଡିୟମରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

May be an image of track and field and text that says "games NH INDIA NAE NAV SINGH LONGINES O"

 

Related posts

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୬ ଶୁଭାରମ୍ଭ

Odisha Sports Bureau

ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।

Odisha Sports Bureau

ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ