Cricket

ଭାରତୀୟ କ୍ରିକେଟ୍ ଦଳର ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଶେଟ୍ ନିଜ ପଦ ଛାଡ଼ିଛନ୍ତି

ଭାରତୀୟ କ୍ରିକେଟ୍ ଦଳର ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଶେଟ୍ ନିଜ ପଦ ଛାଡ଼ିଛନ୍ତି । ଗତ ଇଂଲଣ୍ଡ ଗସ୍ତ ସମୟରେ ଡୋସେଟ୍ ବିସିସିଆଇକୁ ଇସ୍ତଫା ନିଷ୍ପଭି ଜଣାଇଥିଲେ । ଭାରତ ଟି-୨୦ ୱାର୍ଲ୍ଡ କପ୍ ୨୦୨୪ ଜିତିବା ପରେ ଯେତେବେଳେ ରାହୁଲ ଦ୍ରାବିଡ଼ଙ୍କ ସ୍ଥାନରେ ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ପଦ ସମ୍ଭାଳିଲେ, ସେତେବେଳେ ଟେନ୍ ଡୋସେଟ୍ ଭାରତୀୟ ସପୋର୍ଟ ଷ୍ଟାଫ୍‌ରେ ସାମିଲ ହୋଇଥିଲେ। ଗମ୍ଭୀରଙ୍କ ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିବା ଏହି ପୂର୍ବତନ ଅଲ୍‌ରାଉଣ୍ଡର ଦଳର କୋଚିଂ ବିଭାଗର ଅଂଶ ଭାବରେ ବ୍ୟାଟିଂ ଏବଂ ଫିଲ୍ଡିଂ ଉଭୟ ୟୁନିଟ୍‌ରେ ଅବଦାନ ଦେଇ ସେଟ୍‌ଅପ୍‌ର ଅନେକ କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତକୁ ହ୍ୱାଇଟ୍-ବଲ୍ କ୍ରିକେଟ୍‌ରେ ବଡ଼ ସଫଳତା ମିଳିଥିଲା । ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ ଏବଂ ପରେ ୨୦୨୬ ରେ ଆଇସିସି ମେନ୍ସ ଟି-୨୦ ୱାର୍ଲ୍ଡ କପ୍ ଟାଇଟଲ୍ ନିଜ ନାମରେ କରିଥିଲା ।

After India coaching exit, Ryan ten Doeschate joins KKR as Strategy Head

ଡୋଶେଟ୍ ଏହାପରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ରେ ନୂଆ ଇନିଂସ ଆରମ୍ଭ କରିବେ । ନାଇଟ୍ ରାଇଡର୍ସ ସ୍ପୋର୍ଟସ୍ ପକ୍ଷରୁ ବୁଧବାର ତାଙ୍କୁ ‘ହେଡ୍ ଅଫ୍ କ୍ରିକେଟ୍ ଷ୍ଟ୍ରାଟେଜି’ ଭାବେ ନିଯୁକ୍ତ କରାଯାଇଥିବା ଘୋଷଣା କରାଯାଇଛି । କେକେଆର୍ ସହ ଖେଳାଳି ଓ ପ୍ରଶିକ୍ଷକ ଭାବେ ସଫଳତା ପାଇଥିବା ଡୋଶେଟଙ୍କ ପାଇଁ ଏହା କ୍ୟାରିୟରର ଏକ ବଡ଼ ପଦୋନ୍ନତି ବୋଲି ମନେ କରାଯାଉଛି ।

Ryan ten Doeschate joins Team India in Sri Lanka as…

Related posts

ଦଲିପ ଟ୍ରଫି ଜିତିଲା ଦକ୍ଷିଣାଞ୍ଚଳ

ଗୌତମ ଗମ୍ଭୀରଙ୍କ ବିରୋଧରେ ଗୁରୁତର ଅଭିଯୋଗ…

Odisha Sports Bureau

ଏହି ଖେଳାଳୀଙ୍କ ଘରେ ଶୋକର ଛାୟା, ଆଉ ନାହାନ୍ତି ତାଙ୍କ ବଡ଼ ଭାଇ

Odisha Sports Bureau