Cricket

ଏହି ଖେଳାଳୀଙ୍କ ଘରେ ଶୋକର ଛାୟା, ଆଉ ନାହାନ୍ତି ତାଙ୍କ ବଡ଼ ଭାଇ

ସୋଏବ ଅଖତରଙ୍କ ଘରେ ଶୋକର ଛାୟା। ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତରଙ୍କ ବଡ଼ ଭାଇ ଶାହିଦ ଅଖତରଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବର ସୋଏବ ନିଜେ ସୋସିଆଲ ମିଡିଆରେ ସେୟାର କରି ନିଶ୍ଚିତ କରିଛନ୍ତି। ଭାଇଙ୍କ ବିୟୋଗରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Michael Steele/Getty Images

ସୋଏବ ଫେସବୁକରେ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହ ସେ ତାଙ୍କ ବଡ଼ ଭାଇ ଶାହିଦ ଅଖତରଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦେଉଛନ୍ତି। ଶବଦାହ ଓ ଅନ୍ତିମ ସଂସ୍କାର ସମ୍ପର୍କିତ ତଥ୍ୟ ପରେ ଜଣାଇବେ ବୋଲି ମଧ୍ୟ କହିଛନ୍ତି।

Why Pakistan lost to India in 2003 World Cup: Shoaib Akhtar reveals 'sad secret' about loss | Cricket

ଶାହିଦ ଅଖତର କେବଳ ସୋଏବଙ୍କ ବଡ଼ ଭାଇ ନୁହେଁ, ତାଙ୍କ କ୍ରିକେଟ ଯାତ୍ରାର ଜଣେ ଦୃଢ଼ ସମର୍ଥକ ମଧ୍ୟ ଥିଲେ। କ୍ୟାରିଅରର ବିଭିନ୍ନ କଠିନ ସମୟରେ ସେ ସୋଏବଙ୍କ ସହ ଦୃଢ଼ ଭାବେ ଠିଆ ହୋଇଥିଲେ। ଦୁଇ ଭାଇଙ୍କ ମଧ୍ୟରେ ଗଭୀର ସ୍ନେହ ଓ ଆତ୍ମୀୟ ସମ୍ପର୍କ ଥିଲା।

୨୦୨୧ ମସିହାରେ ମାଆଙ୍କୁ ହରାଇବା ପରେ ଏବେ ଭାଇଙ୍କ ବିୟୋଗ ସୋଏବଙ୍କୁ ଆଉ ଏକ ବଡ଼ ଝଟକା ଦେଇଛି। ଏହି ଖବର ପରେ କ୍ରିକେଟ ଜଗତ ଓ ତାଙ୍କ ପ୍ରଶଂସକମାନେ ଶୋକ ପ୍ରକାଶ କରିଛନ୍ତି।

 

Related posts

ପାକିସ୍ତାନ ସହ ଖେଳିବାକୁ ମନା କରିଦେଲା ଟିମ୍‌ ଇଣ୍ତିଆ

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କର

Odisha Sports Bureau

କିଏ ମାରିଛି ଟି -୨୦ ବିଶ୍ୱକପରେ ସର୍ବାଧିକ ଚଉକା ଓ ଛକା?

Odisha Sports Bureau